Categories: ଖେଳ

କୋହଲି ପ୍ଲେୟାର ଅଫ ଟୁର୍ନାମେଣ୍ଟ: ପୁରସ୍କାର ନେବାବେଳେ ହେଲେ ଭାବପ୍ରବଣ

ଅହମ୍ମଦାବାଦ୍‌,୧୯।୧୧: ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତି ଷଷ୍ଠ ଥର ପାଇଁ ବିଶ୍ୱକପ ଜିତିଛି। ଏହି ମ୍ୟାଚ ପରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ନେବାବେଳେ କୋହଲି ଭାବପ୍ରବଣ ହୋଇଯାଇଥିଲେ।
କୋହଲି ଭାରତର ତୃତୀୟ ଖେଳାଳି ଯିଏକି ବିଶ୍ୱକପରେ ପ୍ଲେୟାର ଅଫ ଟୁର୍ନାମେଣ୍ଟ ପୁରସ୍କାର ଜିତିଛନ୍ତି। ତାଙ୍କ ପୂର୍ବରୁ ୨୦୦୩ରେ ସଚିନ ତେନ୍ଦୁଲକର ଏବଂ ୨୦୧୧ରେ ଯୁବରାଜ ସିଂ ଏହି ପୁରସ୍କାର ପାଇଥିଲେ।
ଏହି ବିଶ୍ୱକପ୍‌ରେ ବିରାଟ ହାରାହାରି ୯୫.୬୨ ହାରରେ ୭୬୫ ରନ ସ୍କୋର କରିଥିଲେ, ଯାହା ବିଶ୍ୱକପ ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ। ଏହି ଅବଧି ମଧ୍ୟରେ ସେ ତିନି ଶତକ ଏବଂ ୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ବିଶ୍ୱକପରେ ୧୧୩ ରନ କୋହଲିଙ୍କ ଶ୍ରେଷ୍ଠ ସ୍କୋର।

Share