ନୂଆଦିଲ୍ଲୀ,୨୫।୨: ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ବଡ଼ ଝଟକା ଦେଇଛି। କାରଣ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଶ୍ରୀଲଙ୍କା ଟି-୨୦ ଦଳର ଅଧିନାୟକ ୱାନିନ୍ଦୁ ହାସରାଙ୍ଗାଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରିଛି। ଦାମ୍ବୁଲାରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ସିରିଜର ତୃତୀୟ ମ୍ୟାଚ ପରେ ହାସରାଙ୍ଗା ଅମ୍ପାୟାରଙ୍କ ସହ କିଛି ବିଷୟରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଆଇସିସି ଏହାକୁ ଆଚରଣ ସଂହିତା ଉଲ୍ଲଂଘନ ବୋଲି ବିବେଚନା କରିଥିଲା ଏବଂ ଖେଳାଳିଙ୍କୁ ମ୍ୟାଚ ଫି’ର ୫୦ ପ୍ରତିଶତ ଜୋରିମନା ଲଗାଇଛିଏବଂ ଖେଳାଳିଙ୍କ ଆକାଉଣ୍ଟରେ ତିନୋଟି ଡେରିମିଟ ପଏଣ୍ଟ ଯୋଡିଥିଲା। ଏହି ତିନୋଟି ଡେରିମିଟ ପଏଣ୍ଟ ସହିତ ୨୪ ମାସ ମଧ୍ୟରେ ତାଙ୍କର ମୋଟ ଡେରିମିଟ ପଏଣ୍ଟ ପାଞ୍ଚ ହୋଇଯାଇଛି, ଏହି କାରଣରୁ ୱାନିନ୍ଦୁ ହାସରାଙ୍ଗାଙ୍କୁ ଦୁଇଟି ମ୍ୟାଚ ପାଇଁ ବାସନ୍ଦ କରାଯାଇଛି।
ଆଫଗାନିସ୍ତାନ ବିପକ୍ଷ ସିରିଜର ତୃତୀୟ ଟି-୨୦ରେ ଖେଳାଳି ଏବଂ ପ୍ଲେୟାର ସପୋର୍ଟ ପର୍ସନାଲଙ୍କ ପାଇଁ ଆଇସିସି ଆଚରଣ ସଂହିତା ଧାରା ୨.୧୩ ଉଲ୍ଲଂଘନ କରି ହାସରଙ୍ଗା ଦୋଷୀ ସାବ୍ୟସ୍ତ ହୋଇଥିଲେ। ହାସରଙ୍ଗାଙ୍କ ପାଞ୍ଚଟି ଡେରିମିଟ ପଏଣ୍ଟକୁ ଦୁଇ ମ୍ୟାଚ ବ୍ୟାନରେ ପରିଣତ କରାଯାଇଛି। ଏହାର ଅର୍ଥ ହେଉଛି ଯେ ହାସରଙ୍ଗା ଗୋଟିଏ ଟେଷ୍ଟ ମ୍ୟାଚ କିମ୍ବା ଦୁଇଟି ଦିନିକିଆ କିମ୍ବା ଟି-୨୦ ଖେଳିବାକୁ ସକ୍ଷମ ହେବ ନାହିଁ। ଯାହା ପ୍ରଥମେ ଆସିବ ସେହିଲେ ନିୟମ ଲାଗୁ ହେବ। ଆସନ୍ତା ମାସରେ ଶ୍ରୀଲଙ୍କାକୁ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ପଡିବ ଏବଂ ହାସରାଙ୍ଗା ନିଷେଧାଦେଶ ହେତୁ ସେମାନେ ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳି ପାରିବେ ନାହିଁ।