ଡ୍ରୋନ୍‌ରେ ସହରର ସମସ୍ତଙ୍କ ପାଇଁ ପହଞ୍ଚିଲା ଆଇସ୍‌କ୍ରିମ୍‌-ବିୟର…

ତେଲ୍‌ ଅଭିବ୍‌,୧୨।୧୦: ଇସ୍ରାଏଲ୍‌ ଡ୍ରୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଏକ ଇତିହାସ ସୃଷ୍ଟି କରିଛି। ତେଲ୍‌ ଅଭିବ୍‌ ସହରରେ ସମସ୍ତଙ୍କ ପାଇଁ ଡ୍ରୋନ୍‌ରେ ଆଇସ୍‌କ୍ରିମ୍‌-ବିୟର ପହଞ୍ଚିଛି। ଏହା ସହିତ ସହରବାସୀ ଚାଉଳରେ ପ୍ରସ୍ତୁତ ହୋଇଥିବା ସୁସ୍ବାଦୁ ଖାଦ୍ୟ ସୁଶି ମଧ୍ୟ ଯୋଗାଇ ଦିଆଯାଇଛି। ତେଲ୍‌ ଅଭିବ୍‌ ସହର ଆକାଶରେ ଡ୍ରୋନ୍‌ଗୁଡ଼ିକ ଉଡ଼ିବୁଲି ଖାଦ୍ୟ ଠିକଣା ଯାଗାରେ ପହଞ୍ଚାଇଛନ୍ତି।

ଏକ ସରକାରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ପରୀକ୍ଷାମୂଳକ ଭାବେ ଏଭଳି କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ କିଭଳି ଡ୍ରୋନ୍‌ ଦ୍ୱାରା ଆବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯିବ ସେ ନେଇ ସରକାରଙ୍କ ପକ୍ଷରୁ ଏହା କରାଯାଇଛି। ପରବର୍ତ୍ତୀ ସମୟରେ ଡ୍ରୋନ୍‌ କମ୍ପାନୀଗୁଡ଼ିକୁ ଦେଶବ୍ୟାପୀ ସାମଗ୍ରୀ ଯୋଗାଣରେ ଲଗାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସjରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରଥମେ ଦେଶର ସହରାଞ୍ଚଳ ଏବଂ ପରେ ଗ୍ରାମାଞ୍ଚଳରେ ଏହି ସୁବିଧା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ସୁରକ୍ଷା ସମ୍ପର୍କିତ କେତେକ ବାଧା ଏକ୍ଷେତ୍ରରେ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share