ଆଇସ୍‌ଲାଣ୍ଡରେ ଲାଭା ଉଦ୍‌ଗିରଣ ଆଶଙ୍କା: ସତର୍କ କଲା ପ୍ରଶାସନ

ରେକ୍‌ଜାଭିକ୍‌,୧୨ା୧୧: ଆଇସ୍‌ଲାଣ୍ଡର ଦକ୍ଷିଣପଶ୍ଚିମରେ ଥିବା ରେକ୍‌ଜାନେସ୍‌ ଉପଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହେବା ପରେ ଗତ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର କମ୍ପନ ଅନୁଭୂତ ହୋଇଛି। ଫଳରେ ଆଇସ୍‌ଲାଣ୍ଡରେ ଜରୁରୀ ସ୍ଥିତି (ଏମର୍ଜେନ୍ସି) ଜାରି କରାଯାଇଛି।

ଏହା ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣର ପୂର୍ବାଭାସ ବୋଲି କୁହାଯାଉଛି। ଗ୍ରିଣ୍ଡାଭିକ୍‌ର ଉତ୍ତରରେ ଥିବା ସୁନ୍ଧଞ୍ଜୁକଗିଗରରେ ସର୍ବାଧିକ କମ୍ପନ ଅନୁଭୂତ ହୋଇଥିବା ନାଗରିକ ସୁରକ୍ଷା ଓ ଜରୁରୀ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ଆଗକୁ ଆହୁରି ଶକ୍ତିଶାଳୀ ଭୂକମ୍ପ ଓ ଲାଭା ଉଦ୍‌ଗିରଣ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରିଦିଆଯାଇଛି।

Share