Categories: ଫୁରସତ

ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳେ ସରକାରୀ ଚାକିରୀ!

ରେକାଜାଭିକ,୨୧।୧୦: ସରକାରୀ ଚାକିରୀ ନ ହେଲେ ନ ଚଳେ। ସମସ୍ତେ ସରକାରୀ ଚାକିରି ଚାହାଁନ୍ତ। ଯେତେ ପ୍ରାଇଭେଟ ଚାକିରୀ କଲେ ମଧ୍ୟ ସରକାରୀ ଚାକିରୀ ସବୁଠି ଲୋଡା ପଡେ। ଏମିତି କି ଘରକୁ ବିବାହ ପ୍ରସ୍ତାବ ଆସିବା ପୁଅ ସରକାରୀ ଚାକିରିଆ କି ନାହିଁ ଖୋଜା ପଡେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି ସେହି ଦେଶର ମହିଳାଙ୍କୁ ବିବାହ କଲେ ସରକାରୀ ଚାକିରୀ ମିଳୁଛି।

ଏହି ଘଟଣା ହେଉଛି ଆଇସଲ୍ୟାଣ୍ଡର ବୋଲି ଜଣାପଡିଛି। ଏଠାରେ ପୁଅମାନଙ୍କର ଅଭାବ ଦେଖାଯାଇଛି। ତେଣୁ ଯଦି କେହି ଏଠାରେ କୌଣସି ମହିଳାଙ୍କୁ ବିବାହ କରନ୍ତି, ତେବେ ସେ ସରକାରଙ୍କଠାରୁ ମାସକୁ ୩ଲକ୍ଷ ଟଙ୍କାର ସରକାରୀ ଚାକିରି ପାଇଥା’ନ୍ତି। ଯଦି ଆପଣ ଉତ୍ତର ଆଫ୍ରିକାରୁ ଆସନ୍ତି, ତେବେ ଆପଣଙ୍କୁ ଅଧିକ ପ୍ରାଥମିକତା ମିଳିବ ବୋଲି ଜଣାପଡିଛି। ୨୦୨୨ସୁଦ୍ଧା, ଆଇସଲ୍ୟାଣ୍ଡର ଜନସଂଖ୍ୟା ମାତ୍ର ୩୭୬,୦୦୦ ରୁ ଅଧିକ ଥିଲା। ବିଶ୍ୱର ପ୍ରାୟ ୮୬ହଜାର ବାସିନ୍ଦା ଏଠାରେ ରହି ଆସୁଛନ୍ତି।

ପରେ ଏହା ଏକ ଗୁଜବ ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ଆରମ୍ଭ କରିଛି। ଏହି ଖବର ଭାଇରାଲ ହେବା ମାତ୍ରେ ଆଇସଲ୍ୟାଣ୍ଡର ମହିଳାଙ୍କୁ ଅଜଣା ପୁରୁଷଙ୍କଠାରୁ ସୋସିଆଲ ମିଡିଆରୁ ଶହ ଶହ ଫ୍ରେଣ୍ଡ ରିକ୍ୟେଷ୍ଟ ଆସିବା ଆରମ୍ଭ ହୋଇଛି। ସବୁ ଦେଶର ଲୋକମାନେ ଆଇସଲ୍ୟାଣ୍ଡର ଦୂତାବାସକୁ ଯାଇ ଏସମ୍ପର୍କରେ ସତ୍ୟତା ଜାଣିବାକୁ ଚେଷ୍ଟା କଲେ। ପରେ ଦୂତାବାସ କର୍ମଚାରୀମାନେ ଏହା ଏକ ଗୁଜବ ବୋଲି ଘୋଷଣା କରିଥିଲେ।

 

Share