ହଲ୍ଲା ଟୋମାସ୍‌ଡୋଟିର୍‌ ଆଇସ୍‌ଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

କୋପେନହେଗେନ୍‌,୨ା୬:ମହିଳା ବ୍ୟବସାୟୀ ହଲ୍ଲା ଟୋମାସ୍‌ଡୋଟିର୍‌ ଆଇସ୍‌ଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ବିଦାୟୀ ରାଷ୍ଟ୍ରପତି ଗୁଡ୍‌ନୀ ଜୋହାନେସନ୍‌ଙ୍କ ସ୍ଥାନରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଟୋମାସ୍‌ଡୋଟିର୍‌ ୩୪.୩ ପ୍ରତିଶତ ଭୋଟ ସହ ଏହି ଆଳଙ୍କାରିକ ପଦବୀକୁ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କାଟ୍ରିନ୍‌ ଜାକୋବ୍‌ସ୍‌ଡୋଟିର୍‌ ୨୫.୨ ପ୍ରତିଶତ ଭୋଟ ପାଇ ହାରିଯାଇଛନ୍ତି। ୫୫ ବର୍ଷୀୟା ଟୋମାସ୍‌ଡୋଟିର୍‌ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ପ୍ରଚାର କରିବା ସହ ମୌଳିକ ସମସ୍ୟାଗୁଡ଼ିକ ଉପରେ ଖୋଲା ଆଲୋଚନା କରୁଥିଲେ।

Share