Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କର ‘ମୌସୁମୀ ବୋନାଞ୍ଜା’

ଭୁବନେଶ୍ୱର,୧୦।୮: ଆଇସିଆଇସିଆଇ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଲୋକପ୍ରିୟ ଅଫର ‘ମୌସୁମୀ ବୋନାଞ୍ଜା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀଠାରୁ ଆରମ୍ଭକରି ଟ୍ରାଭେଲ୍‌, ଅନ୍‌ଲାଇନ୍‌ ଶପିଂ, ଡାଇନିଂ, ଖାଦ୍ୟ ବରାଦ, ସ୍ବାସ୍ଥ୍ୟ, ବିଉଟି ଏବଂ ଉପହାର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଗ୍ରାହକମାନଙ୍କୁ ବ୍ୟାପକ ଆକର୍ଷଣୀୟ ସୁବିଧା ଓ ରିହାତି ପ୍ରଦାନ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମୌସୁମୀ ବୋନାଞ୍ଜା ଅଫରର ଆରମ୍ଭ କରାଯାଇଛି। ଏପରିକି ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍‌ କାର୍ଡ କିମ୍ବା କ୍ରେଡିଟ୍‌ କାର୍ଡ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ବ୍ୟବହାରକରି ଗ୍ରାହକମାନେ ଆକର୍ଷଣୀୟ ରିହାତି ଓ ୫୦% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ସୁବିଧା ଜରିଆରେ ବୋନାଞ୍ଜାର ଲାଭକୁ ଉପଭୋଗ କରିପାରିବେ। ସେହିଭଳି କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ଆକର୍ଷଣୀୟ ଇଏମ୍‌ଆଇ ଅଫର ବି ରହିଛି। ମୌସୁମୀ (ମନ୍‌ସୁନ୍‌) ବୋନାଞ୍ଜାର ୩ୟ ସଂସ୍କରଣରେ ଗ୍ରାହକମାନେ ଫ୍ଲିପ୍‌କାର୍ଟ, ଆପଲ୍‌, ଡେଲ୍‌, ସାମ୍‌ସଙ୍ଗ୍‌, ଏଲ୍‌ଜି, ମେକ୍‌ ମାଇଁ ଟ୍ରିପ୍‌, ୱାନ୍‌ପ୍ଲସ୍‌, କାତାର ଏୟାରୱେଜ୍‌, ଟାଟା କ୍ଲିକ୍‌ ଲକ୍‌ଜୁରି, ଯାତ୍ରା ଭଳି ବହୁ ଶ୍ରେଷ୍ଠ ବ୍ରାଣ୍ଡ୍‌ ଉପରେ ସ୍ବତନ୍ତ୍ର ଅଫର ପାଇପାରିବେ। ସ୍ବାଧୀନତା ଦିବସ ସେଲ୍‌ରେ ସ୍ବତନ୍ତ୍ର ଅଫର ସହ ମୌସୁମୀ ବୋନାଞ୍ଜାର ସଦ୍ୟତମ ସଂସ୍କରଣକୁ ନେଇ ଗ୍ରାହକମାନଙ୍କୁ ବିଭିନ୍ନ ବର୍ଗର ଉପତ୍ାଦ ଓ ସେବା ଉପରେ ଆକର୍ଷଣୀୟ ଡିଲ୍‌ ଓ ରିହାତି ପ୍ରଦାନକରି ସେମାନଙ୍କୁ ଅତୁଳନୀୟ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି।

Share