Categories: ବାଣିଜ୍ୟ

ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ ଉତ୍ପାଦ

ଭୁବନେଶ୍ୱର,୪।୯: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଆୟ ଯୋଜନା ‘ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ଯୋଜନା ଗ୍ରାହକଙ୍କୁ ବାର୍ଷିକ ଆଧାରରେ ବର୍ଦ୍ଧିତ ଆୟ କିମ୍ବା ଏକ ନିରନ୍ତର ନିୟମିତ ଆୟ ହାସଲ କରିବା ପାଇଁ ବିକଳ୍ପ ପ୍ରଦାନ କରୁଛି, ଏହା ବ୍ୟତୀତ ଏହି ଅଣ-ଅଂଶଗ୍ରହଣକାରୀ ସଞ୍ଚୟ ଉତ୍ପାଦର ଲାଇଫ୍‌ କଭର ଉପାଦାନ ପରିବାର ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଥାଏ। ଆଇସିଆଇସିଆଇ ପ୍ରୁ ଗିଫ୍ଟ ଗ୍ରାହକଙ୍କୁ ଆୟ ଲାଭ, ପ୍ରିମିୟମ ପେମେଣ୍ଟ ଅବଧି ଓ ଅନ୍ୟାନ୍ୟ ସୁବିଧାର ଏକ ବିକଳ୍ପ ପ୍ରଦାନ ସହିତ ସେମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ମୁତାବକ ପ୍ରଡକ୍ଟକୁ କଷ୍ଟୋମାଇଜ୍‌ କରିବା ପାଇଁ ଅନୁମତି ଦେଇଥାଏ।

ନିଶ୍ଚିତ ଦୀର୍ଘ ଅବଧି ଆୟ ସମେତ ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ ଗ୍ରାହକଙ୍କୁ ଏକ ଲମ୍ପ୍‌ ସମ୍‌ ଲାଭ ପାଇବା ପାଇଁ ବିକଳ୍ପ ଦେଇଥାଏ। ଗ୍ରାହକଙ୍କ ନିକଟରେ ଏକ ଲମ୍ପ୍‌ ସମ୍‌ ବା ମୋଟ ଲାଭ ଭାବେ ପଇଠ କରାଯାଇଥିବା ପ୍ରିମିୟମର ୧୦୦% ପର୍ଯ୍ୟନ୍ତ ଯେକୌଣସି ରାଶିକୁ ଚୟନ କରିବାର ନମନୀୟତା ରହିଥାଏ।

ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ଆମେ ବିଲ୍ଟ-ଇନ୍‌ ଫ୍ଲେକ୍ସିବିଲିଟି ସହିତ ଏକ ଦୀର୍ଘ ଅବଧି ସଞ୍ଚୟ ଉତ୍ପାଦ ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ, ଯାହା ଗ୍ରାହକଙ୍କୁ ସେମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହ ମେଳ ଖାଇବା ପାଇଁ ଉତ୍ପାଦକୁ ଆଡ୍‌ଜଷ୍ଟ କରିବାକୁ ଅନୁମତି ଦେବ, ଯାହା ସେମାନଙ୍କୁ ଉତ୍ତମ ଭାବେ ପ୍ରସ୍ତୁତ ରହିବା ଏବଂ ଜୀବନର ଲକ୍ଷ୍ୟଗୁଡିକୁ ହାସଲ କରିବା ଲାଗି ସକ୍ଷମ କରୁଛି। ଉକ୍ତ ଉତ୍ପାଦରେ ଥିବା ଲାଇଫ୍‌ କଭର୍‌ କମ୍ପୋନେଣ୍ଟ୍‌ ବ୍ୟତୀତ ପରିବାର ପାଇଁ ତାହା ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି।

Share