Categories: ବାଣିଜ୍ୟ

ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ୍‌ ଗେନ୍‌

ଭୁବନେଶ୍ୱର,୪।୮:ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଉପତ୍ାଦ ‘ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ ଗେନ୍‌’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଯାହା ଏକ ବିସ୍ତୃତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କଭର, ଦୁର୍ଘଟଣା କାରଣରୁ ହେଉଥିବା ମୃତ୍ୟୁ ଓ ସ୍ଥାୟୀ ଅକ୍ଷମତା ବିରୋଧରେ ସୁରକ୍ଷା ଏବଂ ଦୀର୍ଘାବଧି ସମ୍ପତ୍ତି ସୃଷ୍ଟି କରିବା ଓ ଆର୍ଥିକ ଲକ୍ଷ୍ୟ ହାସଲ କରିବା ପାଇଁ ବଜାର ସଂଯୋଜିତ ରିଟର୍ନ ପ୍ରଦାନ କରୁଛି। ଏହି ଉପତ୍ାଦ ବାର୍ଷିକ ପ୍ରିମିୟମର ୧୦୦ ଗୁଣ ପର୍ଯ୍ୟନ୍ତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କଭର୍‌ ପ୍ରଦାନ କରୁଛି ଏବଂ ଗ୍ରାହକଙ୍କୁ ଚୟନ କରିବା ପାଇଁ ଇକ୍ୱିଟି ଓ ଡେବ୍‌ଟ ମଧ୍ୟରେ ପରିବ୍ୟାପ୍ତ ୧୮ଟି ଫଣ୍ଡ୍‌ ବିକଳ୍ପ ପ୍ରଦାନ କରି ରିଟର୍ନକୁ ସର୍ବାଧିକ କରିବା ଲାଗି ସକ୍ଷମ କରୁଛି। ଏ ସମ୍ପର୍କରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ଆମେ ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ୍‌ ଗେନ୍‌ର ଶୁଭାରମ୍ଭ କରି ଆନନ୍ଦିତ। ଏହା ଗ୍ରାହକଙ୍କୁ ବାର୍ଷିକ ପ୍ରିମିୟମର ୧୦୦ଗୁଣ ପର୍ଯ୍ୟନ୍ତ ଲାଇଫ୍‌ କଭର୍‌ ପ୍ରଦାନ କରୁଛି, ଯାହା କୌଣସି ପ୍ରକାର ସମ୍ଭାବ୍ୟ ଘଟଣା ଘଟିଲେ ଗ୍ରାହକଙ୍କ ଆର୍ଥିକ ସଞ୍ଚୟ ଲକ୍ଷ୍ୟକୁ ସୁରକ୍ଷିତ ରଖିଥାଏ। ଏହି ଉପତ୍ାଦ ବଜାର-ସଂଯୋଜିତ ରିଟର୍ନ ଦେଉଥିବା ବେଳେ ନିବେଶ କରାଯାଇଥିବା ପ୍ରିମିୟମ ବୀମା ଅବଧି ଶେଷ ହେବା ପରେ ଗ୍ରାହକଙ୍କୁ ଏକ ବଡ ରାଶି ପ୍ରଦାନ କରିପାରେ। ପିଲାମାନଙ୍କ ଭବିଷ୍ୟତର ଶିକ୍ଷା କିମ୍ବା ଅବସର ପାଇଁ ସଞ୍ଚୟ ଭଳି ସ୍ବତନ୍ତ୍ର ଆର୍ଥିକ ଲକ୍ଷ୍ୟଗୁଡିକ ପାଇଁ ଯୋଜନା ସାଲିସ ବିହୀନ ଲକ୍ଷ୍ୟ ଏବଂ ଏହା ପ୍ରଚଳିତ ବଜାର ସ୍ଥିତି ଉପରେ ଆଧାରକରି ଇକ୍ୱିଟି ଓ ଡେବ୍‌ଟ ପ୍ରତି ଏକ୍ସପୋଜରକୁ ଚୟନ କରିବା ଲାଗି ନମନୀୟତା ସହିତ ଦୀର୍ଘାବଧି ନିବେଶ ଆବଶ୍ୟକ କରିଥାଏ। ଆମେ ବିଶ୍ୱାସ କରୁଛୁ ଯେ, ଏହି ଉପତ୍ାଦ ସୁରକ୍ଷାର ଦ୍ୱୈତ ଲାଭ ପ୍ରଦାନ କରୁଛି ଏବଂ ସମ୍ପତ୍ତି ସୃଷ୍ଟି ଗ୍ରାହକଙ୍କ ମୌଳିକ ଆବଶ୍ୟକତା ଯେପରିକି ସୁରକ୍ଷା ଓ ଦୀର୍ଘାବଧି ସଞ୍ଚୟକୁ ପୂରଣ କରୁଛି।

Share