Categories: ବାଣିଜ୍ୟ

ଦେଢ଼ଦିନ ମଧ୍ୟରେ ଦାବି ଫଇସଲା

ଭୁବନେଶ୍ୱର,୨।୬: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପ୍ରାୟ ଦେଢ ଦିନ ମଧ୍ୟରେ ଦାବି ଫଇସଲାର ସମାଧାନ କରୁଛି। ଏପରିକି ୨୦୨୩-୨୪ ଆର୍ଥତ୍କ ବର୍ଷରେ କମ୍ପାନୀର ଦାବି ସମାଧାନ ଅନୁପାତ ୯୯.୧୭% ରହିଛି,ଯାହା ଉକ୍ତ କ୍ଷେତ୍ରରେ ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ପ୍ରକୃତ ମୃତ୍ୟୁ ଦାବିର ସମାଧାନ ପାଇଁ ହାରାହାରି ୧.୨୭ ଦିନ ସମୟ ଲାଗିଥିଲାବେଳେ ୨୦୨୪ ଆର୍ଥିକ ବର୍ଷରେ କମ୍ପାନୀ ମୃତ୍ୟୁ ଦାବି ବାବଦରେ ମୋଟ ୧,୮୬୭କୋଟି ଟଙ୍କା ପ୍ରଦାନ କରିଛି। ଏ ସମ୍ପର୍କରେ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ସିଓଓ ଅମିଷ ବ୍ୟାଙ୍କର କହିଛନ୍ତି, ଜୀବନ ବୀମା ପରିବାରକୁ ଆର୍ଥତ୍କ ସୁରକ୍ଷା ପ୍ରଦାନ କରିଥାଏ। ତେଣୁ ଆମେ ସୁନିଶ୍ଚିତ କରୁଛୁ ଯେ ସମସ୍ତ ପ୍ରକୃତ ଦାବିର ଶୀଘ୍ର ସମାଧାନ ହେବ। ୨୦୨୩-୨୪ଆର୍ଥତ୍କ ବର୍ଷରେ ଆମର ଶିଳ୍ପର ଅଗ୍ରଣୀ ଦାବି ସମାଧାନ ଅନୁପାତ ୯୯.୧୭% ରହିଛି ଏବଂ ସମସ୍ତ ଦସ୍ତାବିଜ ପାଇବା ପରେ ଅଣ-ଅନୁସନ୍ଧାନ ଖୁଚୁରା ଓ ମୃତ୍ୟୁ ଦାବି ସମାଧାନ ପାଇଁ ହାରାହାରି ସମୟ ମାତ୍ର ୧.୨୭ ଦିନ ଥିଲା। ସୂଚନାଯୋଗ୍ୟ, ଗତ ୧୦ବର୍ଷ ମଧ୍ୟରେ କମ୍ପାନୀ ମୋଟ ୧୨,୧୧୨କୋଟି ଟଙ୍କାର ମୃତ୍ୟୁ ଦାବିର ସମାଧାନ କରିଛି, ଯାହା ଲକ୍ଷ ଲକ୍ଷ ପରିବାରର ଆର୍ଥତ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି।

Share