ଆମଷ୍ଟରଡମ,୧୪ ।୩: ରୁଷିଆ ବିରୋଧରେ ୟୁକ୍ରେନ କରିଥିବା ମାମଲାର ଶୁଣାଣି ଅନ୍ତରାଷ୍ଟ୍ରୀୟ କୋର୍ଟରେ ମାର୍ଚ୍ଚ ୧୬ରେ କରାଯିବ ବୋଲି ଜଣାପଡିଛି । କୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ୭ ମାର୍ଚ୍ଚରେ ହୋଇଥିବା ଶୁଣାଣିକୁ ରୁଷିଆ ବହିଷ୍କାର କରିଥିଲା । ୟୁକ୍ରେନ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଅପିଲ କରିଛି ଯେ ରୁଷିଆକୁ ସେନା ଅଭିଯାନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ୟୁକ୍ରେନ କହିଛି ରୁଷିଆର ଆକ୍ରମଣ ମିଳିତ ଜାତିସଂଘର ନରସଂହାର ଚୁକ୍ତିନାମାର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ମଧ୍ୟରେ ରହିଛି ।
ସୂଚନାଯୋଗ୍ୟ, ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିବା ବେଳେ ଏହାରି ଭିତରେ ବହୁ ଧନଜୀବନ କ୍ଷୟକ୍ଷତି ହେଲାଣି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ୩ ଥର କଥା ବି ହୋଇ ସାରିଲାଣି । ହେଲେ ସ୍ଥିତି ପୂର୍ବାପେକ୍ଷା ବଢିବାରେ ଲାଗିଛି । ଦିନକୁଦିନ ରୁଷିଆର ଆକ୍ରମଣ ତୀବ୍ର ହେଉଥିବା ବେଳେ ୟୁକ୍ରେନ ବି ପଛଘୁଞ୍ଚା ଦେଇନାହିଁ ।