ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା, ଡେଟ୍ ଫାଇନାଲ

ମୁମ୍ବାଇ: ଏବେ ବଲିଉଡରେ ଚାଲିଛି ବିବାହ ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ବେଶି ଚର୍ଚ୍ଚାରେ ଅଛି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ । ଏମାନଙ୍କ ବିବାହର ଭେନ୍ୟୁ, ମେନୁ ସବୁକୁ ନେଇ ଚାଲିଛି ଚର୍ଚ୍ଚା । କେବେ ଏହି ଯୋଡି ବିବାହ କରିବେ ତାହା ଏବେ ଫାଇନାଲ ହୋଇଛି । ଏମାନେ ରାଜସ୍ଥାନର ସବାଇ ମାଧୋପୁର ଜିଲାର ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିବେ ବୋଲି ଜଣାପଡିଛି । ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି । ଡିସେମ୍ବର ୭-୧୨ ପର୍ଯ୍ୟନ୍ତ ଏମାନଙ୍କ ବିବାହ ଉତ୍ସବ ଚାଲିବ । ଏଥିପାଇଁ ହୋଟେଲ ବୁକ୍ ସରିଲାଣି । ଏହାକୁ ନେଇ ଭିକ୍କି ଅବା କ୍ୟାଟ୍ରିନା ଅଫିସିୟାଲି କିଛି କହି ନ ଥିବା ବେଳେ ବିବାହ କାମର ଆୟୋଜନ ପାଇଁ ଭିନ୍ନ ଭିନ୍ନ କମ୍ପାନୀଙ୍କୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଆଉ ସମସ୍ତେ ବିବାହ ପ୍ରସ୍ତୁତିରେ ଯୋର ସୋରରେ ଲାଗି ପଡିଛନ୍ତି । ଭିକ୍କି ଓ କ୍ୟାଟ୍ରିନାଙ୍କ ଟିମ୍ ବି କାମରେ ଲାଗି ପଡିଛନ୍ତି । ମଙ୍ଗଳବାର ଏକ ୧୦ ଜଣିଆ ଟିମ ହୋଟେଲ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ଗଣମାଧ୍ୟମ ପକ୍ଷରୁ ଜଣାପଡିଛି ।

Share