Categories: ଜାତୀୟ

ଖୁସି ଖବର: କରୋନା ଚିକିତ୍ସାର ନୂଆ ପଦ୍ଧତି ଖୋଜି ପାଇଲା ଆଇସିଏମ୍‌ଆର୍‌

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ତେବେ ଏହାରି ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି।
ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ହାଇଦ୍ରାବାଦର ଏକ ଫାର୍ମା କମ୍ପାନୀ ବାୟୋଲୋଜିକାଲ ଇ ଲିମିଟେଡ ସହ ମିଶି କରୋନା ଚିକିତ୍ସାର ଏକ ନୂଆ ପଦ୍ଧତି ଖୋଜି ପାଇଛି । କରୋନା ଚିକିତ୍ସା ପାଇଁ ପ୍ୟୁରିଫାଇଡ୍‌ ଆଣ୍ଟିସେରା ବିକଶିତ କରାଯାଇଛି। ଏଥିରେ ପଶୁଙ୍କାଠାରୁ ନିଆଯାଇଥିବା ରକ୍ତ ସେରମ୍‌ ଥାଏ। ଏହା ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇପାରିବ।
ଏ ନେଇ ଆଇସିଏମ୍‌ଆର୍‌ ଟୁଇଟ୍‌କରି ଜଣାଇଛି ଯେ, କରୋନା ପୀଡିତ ରୋଗୀଙ୍କଠାରୁ ପ୍ଲାଜ୍‌ମା ନିଆଯାଇପାରେ, କିନ୍ତୁ ସେମାନଙ୍କ ଆଣ୍ଟିବଡ଼ି, ସେମାନଙ୍କର ପ୍ରଭାବ ଜଣେ ରୋଗୀଠାରୁ ଅନ୍ୟ ଜଣଙ୍କର ଭିନ୍ନ ହୋଇଥାଏ। ତେଣୁ କରୋନା ରୋଗଙ୍କ ଚିକତ୍ସା ପାଇଁ ଏହା ଏକ ଅଦ୍ଭୁତ ଉପାୟ। ଆଣ୍ଟିସେରା ଚିକିତ୍ସା ପଦ୍ଧତିରେ କରୋନା ରୋଗୀଙ୍କ ଚିକିତ୍ସା କରାଯାଇପାରିବ ବୋଲି ଆଇସିଏମ୍‌ଆର୍‌ କହିଛି।

Share