ଓମିକ୍ରନ୍‌ କିଟ୍‌ ଓମିସ୍ୟୁରକୁ ଆଇସିଏମ୍‌ଆର ମଞ୍ଜୁରୀ…

ନୂଆଦିଲ୍ଲୀ, ୪।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଓମିକ୍ରନ୍‌କୁ ଚିହ୍ନଟ କରୁଥିବା କିଟ୍‌ ଓମିସ୍ୟୁରକୁ ଆଇସିଏମ୍‌ଆର ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାକୁ ମୁମ୍ବାଇର ଟାଟା ମେଡ଼ିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍‌ ପକ୍ଷରୁ ବିକଶିତ କରାଯାଇଛି। ଏହାକୁ ସେପ୍ଟେମ୍ବର ୩୦ରେ ମଞ୍ଜୁରୀ ମିଳିଥିଲା। ତେବେ ଏସମ୍ପର୍କରେ ସୂଚନା ଏବେ ଜଣାପଡ଼ିଛି। ଏହାର ସମ୍ପୂର୍ଣ୍ଣ ନାମ ଟାଟା ଏମ୍‌ଡି ଚେକ୍‌ ଆର୍‌ଟି-ପିସିଆର୍‌ ଓମିସ୍ୟୁର।

ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ମଲ୍ଟିପ୍ଲେକ୍ସ୍‌ କିଟ୍‌ର ବ୍ୟବହାର କରାଯାଉଛି। ଏହାକୁ ଆମେରିକାର ଥେର୍ମୋ ଫିଶର ଦ୍ୱାରା ମାର୍କେଟିଙ୍ଗ କରାଯାଉଛି। ଏହି କିଟ୍‌ ଏସ୍‌ ଜିନ୍‌ ଟାର୍ଗେଟ୍‌ ଫେଲ୍ୟୁର (ଏସଜିଟିଏଫ୍‌) ଷ୍ଟାଟେର୍ଜି ମାଧ୍ୟମରେ ଓମିକ୍ରନ୍‌ ଭୂତାଣୁକୁ ଚିହ୍ନଟ କରିଥାଏ।

Share