Categories: ଜାତୀୟ

ନିପା ଭାଇରସରେ ମୃତ୍ୟୁହାର କରୋନାଠାରୁ ବହୁ ଅଧିକ:ଆଇସିଏମଆର ଡିଜି

ନୂଆଦିଲ୍ଲୀ,୧୫।୯: ଦେଶରେ ନିପା ଭାଇରସର ସଂକ୍ରମଣ ମାମଲା ମିଳିବା ପରେ ସରକାର ସତର୍କ ହୋଇଯାଇଛନ୍ତି। ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ଟର ରାଜୀବ ବହଲ ଶୁକ୍ରବାର କହିଛନ୍ତି ଯେ ନିପା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ ଚାଲିଛି। ସମସ୍ତ ସଂକ୍ରମିତ ବ୍ୟକ୍ତି ଇଣ୍ଡେକ୍ସ ପେସେଣ୍ଟ(ପ୍ରଥମ ସଂକ୍ରମିତ ରୋଗୀ) ଙ୍କ ସଂସ୍ପର୍ଶରେ ଆସିଥିଲେ।
ଆଇସିଏମଆର ଡିଜି ରାଜୀବ ବହଲ କହିଛନ୍ତି ଯେ ନିପାରେ ସଂକ୍ରମିତ ଲୋକଙ୍କ ମୃତ୍ୟୁ ହାର ବହୁତ ଅଧିକ। ଏହା ୪୦ ରୁ ୭୦ ପ୍ରତିଶତ ମଧ୍ୟରେ ଥିବାବେଳେ କୋଭିଡ ମୃତ୍ୟୁ ହାର ୨-୩ ପ୍ରତିଶତ ଥିଲା। ସୂଚନାଯୋଗ୍ୟ, ଶୁକ୍ରବାର କେରଳର କୋଜିକୋଡେ ଜିଲାରେ ନିପା ଭାଇରସ ସଂକ୍ରମଣର ଆଉ ଏକ ମାମଲା ନିଶ୍ଚିତ ହୋଇଛି।
ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ୩୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନମୁନା ନିପା ଭାଇରସ ସଂକ୍ରମଣକୁ ନିଶ୍ଚିତ କରିଛି। ସେ ଡାକ୍ତରଖାନାରେ ଅବଜରଭେସନରେ ଛନ୍ତି। ଏହି ବ୍ୟକ୍ତି ଜଣକ ୩୦ ଅଗଷ୍ଟରେ ନିପା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ରୋଗୀଙ୍କ ସହ ସିଧାସଳଖ ଯୋଗାଯୋଗ କରିଥିଲେ।

Share