Categories: ଜାତୀୟ

ଡେଲ୍ଟା ପ୍ଲସ ଭାରିଏଣ୍ଟ ଉପରେ ପ୍ରଭାବଶାଳୀ ରହିବ କୋଭାକ୍ସିନ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨ ।୮: ଦେଶରେ କରୋନା ସଂକମ୍ରଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ଯେପରି ଗାଇଡ୍ ଲାଇନ୍ ପସ୍ତୁତ କରାଯାଉଛି ଠିକ୍ ସେହିପରି କରୋନା ଭ୍ୟାକ୍ସିନକୁ ନେଇ ମଧ୍ୟ ଅନବରତ ଗବେଷଣା ବା ଅଧ୍ୟୟନ କରାଯାଉଛି । ଏହି କ୍ରମରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଏକ ଅଧ୍ୟୟନରେ ଦାବି କରିଛି କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’ ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ଭଲ କାମ କରିବ । କୋଭାକ୍ସିନ ଡେଲ୍ଟା ପ୍ଲସ ଭାରିଏଣ୍ଟରେ ଅଧିକ ପ୍ରଭାବଶାଳୀ ରହିବ । ସୂଚନାଯୋଗ୍ୟ, ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନକୁ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିର ସହଯୋଗରେ ବିକଶିତ କରାଯାଇଛି । ଏହାପୂର୍ବରୁ ଭାରତ ବାୟୋଟେକ୍ କହିଥିଲା କୋଭାକ୍ସିନର ପ୍ରବାଭୀ ଗୁଣ କରୋନା ଭାଇରସ ବିରୋଧରେ ୭୭.୮ପ୍ରତିଶତ ଓ ନୂଆ ଡେଲ୍ଟା ଭାରିଏଣ୍ଟ କ୍ଷେତ୍ରରେ ୬୫.୨ ପ୍ରତିଶତ ପ୍ରଭାବଶାଳୀ ରହିବ । ଆଉ କୋଭାକ୍ସିନ ଜଟିଳ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ୯୩.୪ ପ୍ରତିଶତ ପ୍ରଭାବି ରହିବ ।

Share