Posted inଜାତୀୟ

ଏବେ କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ ନେଇପାରିବେ ବନ୍ଧ୍ୟାକରଣ ଇଞ୍ଜେକେସନ, ICMR କଲା ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୧୯।୧୦: ମହିଳା ମାନଙ୍କ ପାଇଁ ପୂର୍ବରୁ ଅନେକ ଗର୍ଭନିରୋଧକ ଔଷଧ ଉପଲବ୍ଧ ରହିଥିଲେ ମଧ୍ୟ ପୁରୁଷ ମାନଙ୍କ ପାଇଁ ସେଭଳି କିଛି ଔଷଧ ଆସି ନଥିଲା। ବର୍ତ୍ତମାନ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)କୁ ଏକ ବଡ଼ ସଫଳତା ମିଳିଛି। ୭ ବର୍ଷର ମେଡିକାଲ ପରୀକ୍ଷଣ ପରେ ଆଇସିଏମଆର କହିଛି ଯେ ପୁରୁଷ ମାନଙ୍କ ପାଇଁ ଗର୍ଭନିରୋଧକ ଔଷଧ ପ୍ରସ୍ତୁତ କରାଯାଇଛି, ଯାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ଏହି ଔଷଧ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଭାବ ରଖିଥାଏ। ଏଥିପାଇଁ ଆଇଏମଆର ୩୦୩ ସମାଜସେବୀଙ୍କ ଉପରେ ୭ ବର୍ଷ ଧରି ପରୀକ୍ଷା ପରେ ଏହି ନିଷ୍କର୍ଷରେ ପହଞ୍ଚିଥିଲା। ଏହି ଅନୁସନ୍ଧାନ ମୁତାବକ ରିଭରସିବଲ ଇନହିବିସନ ଅଫ ସ୍ପର୍ମ ଅଣ୍ଡର ଗାଇଡାନ୍ସ(RISUG) ୯୯ପ୍ରତିଶତ ପ୍ରଭାବି ଅଟେ। ଏହି ଅନୁସନ୍ଧାନରେ ପୁରୁଷଙ୍କ ବ୍ୟତୀତ ମହିଳା ମାନଙ୍କ ଉପରେ ମଧ୍ୟ ପାର୍ଶ୍ଵପ୍ରତିକ୍ରିୟା ସମ୍ବଧିତ ପରୀକ୍ଷା କରାଯାଇଥିଲା। ଏଥିପାଇଁ ସେହି ମହିଳା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଯେଉଁମାନଙ୍କର ସ୍ଵାମୀମାନେ ଏହି ପରୀକ୍ଷଣରେ ସାମିଲ ଥିଲେ।

ଆଇଆଇଟି ଖଡ଼ଗପୁରର ଡା. ସୁଜୟ ଗୁହା ଏହି ଔଷଧକୁ ୧୯୭୯ରେ ପ୍ରସ୍ତୁତ କରିଥିଲେ, କିନ୍ତୁ ଏହାର ତୃତୀୟ ପର‌୍ୟ୍ୟାୟ ପରୀକ୍ଷା ପାଇଁ ଅନେକ ଦିନ ସମୟ ଲାଗିଯାଇଥିଲା, ଯାହାର ରିପୋର୍ଟ ବର୍ତ୍ତମାନ ଆସିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri