ଆଇସିଏମ୍‌ଆର୍ ନୂଆ ଉପାୟରେ କରିବ କରୋନାର ଚିକିତ୍ସା!

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସାରା ବିଶ୍ୱରେ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି । ଭିନ୍ନ ଭିନ୍ନ ଉପାୟରେ କରୋନାଠାରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି । ତେବେ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ଏବେ ଏକ ନୂଆ ଉପାୟ ଆପଣେଇଥିବା କୁହାଯାଉଛି । ଆଇସିଏମ୍‌ଆର୍ ହାଇଦ୍ରାବାଦର ଏକ ଫାର୍ମ କମ୍ପାନୀ ବାୟୋଲୋଜି ଇ ଲିମିଟେଡ ସହ ମିଶି କରୋନା ଉପଚାରର ନୂଆ ଉପାୟ ବାହାର କରିଥିବା କୁହାଯାଉଛି । ଦୁଇଟିଯାକ ସଂଗଠନ ମିଶି ଏକ ପ୍ୟୁରିଫାଏଡ ଆଣ୍ଟିସେରା ବିକଶିତ କରିଛନ୍ତି । ବିଶେଷଜ୍ଞମାନେ ଏହାକୁ ପଶୁଙ୍କ ଶରୀରରେ ବିକଶିତ କରିଥିବା କୁହାଯାଏ । ଆଣ୍ଟିସେରା ହେଉଛି ପଶୁଙ୍କଠାରୁ ନିଆଯାଇଥିବା ବ୍ଲଡ ସିରମ । ଏହାଏକ ବିଶେଷ ଆଣ୍ଟିଜେନର ମୁକାବିଲା କରିବାକୁ ଏଥିରେ ଆଣ୍ଟିବଡି ରହିଥାଏ । ଡାକ୍ତରଙ୍କ କହିବା କଥା ହେଲା ଏହାକୁ କୌଣସି ବିଶେଷ ରୋଗର ଉପଚାର ପାଇଁ ଇଞ୍ଜେକସନ୍ ଭାବେ ଦିଆଯାଇଥାଏ । ଏହି ମାଧ୍ୟମରେ କରୋନା ଚିକିତ୍ସା ପାଇଁ ଆଣ୍ଟିସେରାକୁ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ଏବେ କୁହାଯାଉଛି କି କରୋନା ଚିକିତ୍ସା ପଶୁଙ୍କ ରକ୍ତ ମାଧ୍ୟମରେ କରାଯିବ ।

Share