ଆଜି ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର,୧୪।୫(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ବୋର୍ଡ ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ଅପରାହ୍ନ ୩ଟାରେ ପ୍ରକାଶ ପାଇବ। ଏନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରୀଛାତ୍ର cisce.org and results.cisce.org. ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ସେମାନଙ୍କ ପରୀକ୍ଷାଫଳ ଦେଖିପାରିବେ। ଆଇସିଏସ୍‌ଇ ଦଶମ ପରୀକ୍ଷା ଫେବୃୟାରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ସରିଥିଲା। ସେହିପରି ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିଥିଲା। ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନ ଥିବା ଛାତ୍ରୀଛାତ୍ର କମ୍ପାର୍ଟମେଣ୍ଟାଲରେ ପରୀକ୍ଷା ଦେଇପାରିବେ। ସେମାନେ ବାଧ୍ୟତାମୂଳକ ବିଷୟ ଇଂଲିଶ ଓ ଅନ୍ୟ ଯେକୌଣସି ୩ଟି ବିଷୟରେ ପାସ୍‌ ମାର୍କ ରଖିଥିବା ଆବଶ୍ୟକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଜାଣିବାକୁ ବୋର୍ଡ ପକ୍ଷରୁ କେତେକ ସୂଚନା ଦିଆଯାଇଛି। ଯଦି ଅଫିସିଆଲ ପୋର୍ଟାଲ ମାଧ୍ୟମରେ ଛାତ୍ରୀଛାତ୍ର ସେମାନଙ୍କ ଫଳାଫଳକୁ ପ୍ରବେଶ କରିବା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ସେମାନଙ୍କର ଡିଜିଟାଲ ମାର୍କଶିଟ ଡିଜି ଲକର ମାଧ୍ୟମରେ ଡାଉନ୍‌ଲୋଡ୍‌ କରିପାରିବେ। ଅନ୍‌ଲାଇନରେ ସେମାନଙ୍କ ପରୀକ୍ଷାଫଳ ପାଇବା ପୂର୍ବରୁ ଛାତ୍ରୀଛାତ୍ର ଡିଜିଲକରରେ ସେମାନଙ୍କ ଆକାଉଣ୍ଟ ଆକ୍ଟିଭେଶନ
ଆଜି ଆଇସିଏସ୍‌ଇ ଦଶମ, …
ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଦରକାର। ଏଥିପାଇଁ ପରୀକ୍ଷାର୍ଥୀମାନେ digilocker.gov.inକୁ ଲଗ୍‌ଇନ୍‌ କରି ଆକାଉଣ୍ଟ ଖୋଲିବେ। ଏହାପରେ ବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ୬ଅଙ୍କବିଶିଷ୍ଟ ପିନ୍‌ ଦେବାକୁ ପଡ଼ିବ। ଏଥିରେ ପରୀକ୍ଷାର୍ଥୀ ସବିଶେଷ ତଥ୍ୟ ଦେବା ପରେ ମୋବାଇଲ ନମ୍ବର ପ୍ରଦାନ କରିବେ। ମୋବାଇଲକୁ ଏକ ଓଟିପି ଆସିବା ପରେ ଡିଜି ଲକର୍‌ ଆକାଉଣ୍ଟ ସକ୍ରିୟ ହୋଇପାରିବ। ତେବେ ଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଡିଜି ଲକର ୱେବ୍‌ସାଇଟ କିମ୍ବା ଆପ୍‌କୁ ଉପଲବ୍ଧ ଲିଙ୍କ୍‌ରେ କ୍ଲିକ୍‌ କରିବାକୁ ପଡ଼ିବ। ଲଗଇନ୍‌ ବିବରଣୀ ପ୍ରଦାନ ପରେ ପରୀକ୍ଷାର୍ଥୀ ନିଜ ପରୀକ୍ଷାଫଳ ଦେଖିପାରିବେ।

Share