Categories: ଜାତୀୟ

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ

ନୂଆଦିଲ୍ଲୀ,୧୦।୭: କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଶେଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବୋର୍ଡ ପରୀକ୍ଷାର ନମ୍ବର ଓ ପାସ ସାର୍ଟିଫିକେଟ ଡିଜିଲକରରେ ୪୮ ଘଣ୍ଟାପରେ ମିଳିଯିବ ବୋଲି ସୂଚନା ରହିଛି। ସିଆଇଏସ୍‌ସିଇ ଏଥର ମେରିଟ୍‌ ଲିଷ୍ଟ ଜାରି କରିବ ନାହିଁ ବୋଲି କହିଛି। ଚଳିତ ବର୍ଷ ଇଣ୍ଡିଆନ ସାର୍ଟିଫିକେଟ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ) ଦଶମ ଶ୍ରେଣୀରେ ୯୯.୩୩ ପ୍ରତିଶତ ଓ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ଆଇଏସ୍‌ସି) ଦ୍ୱାଦଶ ଶ୍ରେଣୀରେ ୯୬.୫୨ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ସଫଳତା ମିଳିଛି। ତେବେ ଚଳିତ ବର୍ଷର ଫଳାଫଳ ଗତବର୍ଷ ଅପେକ୍ଷା ଭଲ ହୋଇଛି।

Share