ଆଇସିଏସ୍‌ଇ ଦଶମ ପାସ୍‌ ହାର ୯୯.୯୭%: ଓଡ଼ିଶାର ୪ଜଣ ରାଜ୍ୟ ଟପ୍ପର

ଭୁବନେଶ୍ୱର,୧୮।୭(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୯୯.୯୭% ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୯.୯୮% ଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୯୯.୯୭%। ଦେଶ ତଥା ବାହାରୁ ମୋଟ ୨,୩୧,୦୬୩ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨,୩୧,୦୦୪ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୫୯ଜଣ ଫେଲ୍‌ ହୋଇଛନ୍ତି। ଏଥର ୪ଜଣ ଛାତ୍ରୀଛାତ୍ର ୯୯.୮୦% ମାର୍କ ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେମାନେ ହେଲେ ପୁଣେର ହର୍‌ଗୁନ୍‌ କୌର୍‌ ମଠାରୁ, କାନପୁରର ଅନିକା ଗୁପ୍ତା ଓ କନିଷ୍କା ମିତ୍ତଲ ଏବଂ ଉତ୍ତରପ୍ରଦେଶ ବଳରାମପୁରର ପୁଷ୍କର ତ୍ରିପାଠୀ। ସେହିଭଳି ୩୪ଜଣ ଛାତ୍ରୀଛାତ୍ର ୯୯.୬୦% ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୭୨ଜଣ ୯୯.୪୦% ସହ ତୃତୀୟ ସ୍ଥାନରେ ରହିଛନ୍ତି। ସେପଟେ ଓଡ଼ିଶା ମଧ୍ୟ ଆଇସିଏସ୍‌ଇ ଦଶମରେ ଭଲ ରେଜଲ୍ଟ କରିଥିବା ଦେଖାଯାଇଛି। ଓଡ଼ିଶାର ବି ୪ ଜଣ ଛାତ୍ରୀଛାତ୍ର ୯୯.୨୦% ସହ ରାଜ୍ୟ ଟପ୍ପର ହୋଇଛନ୍ତି। ସେମାନେ ହେଲେ କଟକ ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ଋଷି ସାଗର ଶତପଥୀ, ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ ସ୍କୁଲର ସାଇ କ୍ରିଷ୍ଣା ପଣ୍ଡା, ଭୁବନେଶ୍ୱର ସେଣ୍ଟ ଯୋସେଫ ହାଇସ୍କୁଲର ଶ୍ରୀଧାରା ବାରିକ ଏବଂ କେନ୍ଦୁଝରର
ନିର୍ମଳା କନ୍‌ଭେଣ୍ଟ ସ୍କୁଲର ଆଶୁତୋଷ ଦେବପ୍ରିୟମ ନାୟକ। ସେହିଭଳି ୮ଜଣ ଛାତ୍ରୀଛାତ୍ର ୯୯% ସହ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୯ଜଣ ୯୮.୮୦% ସହ ତୃତୀୟ ସ୍ଥାନରେ ରହିଛନ୍ତି।
୩୦ଟି ଭାଷାରେ ପରୀକ୍ଷା ହୋଇଥିଲା। ୨୦ଟି ଭାରତୀୟ ଭାଷା, ୯ଟି ବିଦେଶୀ ଏବଂ ଗୋଟିଏ କ୍ଲାସିକାଲ ଭାଷା ରହିଥିଲା। ୨,୫୩୫ ସ୍କୁଲରୁ ପାସ୍‌ ହୋଇଥିବା ମୋଟ ୨,୩୧,୦୦୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧,୦୫,୩୬୯ଜଣ ଛାତ୍ରୀ ଓ ୧,୨୫,୬୩୫ଜଣ ଛାତ୍ର ଅଛନ୍ତି। ୧୨,୯୮୦ଜଣ ଏସ୍‌ସି, ୭,୯୭୫ଜଣ ଏସ୍‌ଟି ଏବଂ ୪୯,୭୩୧ଜଣ ପଛୁଆବର୍ଗର ପିଲା ରହିଛନ୍ତି। ୭୧୨ଜଣ ସ୍ବତନ୍ତ୍ର ପିଲା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଦକ୍ଷିଣ ଓ ପଶ୍ଚିମ ରିଜିଅନରୁ ସର୍ବାଧିକ ୯୯.୯୯% ରେଜଲ୍ଟ ହୋଇଛି। ସେହିଭଳି ଉତ୍ତର ରିଜିଅନରେ ୯୯.୯୮%, ପୂର୍ବ ରିଜିଅନରେ ୯୯.୯୬% ଏବଂ ଫରେନ୍‌ରେ ୯୯.୫୦% ପାସ୍‌ହାର ରହିଛି।
ଚଳିତବର୍ଷ ସିଆଇଏସ୍‌ସିଇ ପକ୍ଷରୁ ଆଇସିଏସ୍‌ଇ ଦଶମର ଦୁଇଟି ସେମିଷ୍ଟର ପରୀକ୍ଷା ହୋଇଥିଲା। ନଭେମ୍ବର-ଡିସେମ୍ବରରେ ସେମିଷ୍ଟର-୧ ଏବଂ ଏପ୍ରିଲ-ମେ’ରେ ସେମିଷ୍ଟର-୨ ଅନୁଷ୍ଠିତ ହୋଇଥିଲା। ଦୁଇଟି ସେମିଷ୍ଟରର ରେଜଲ୍ଟ ଏବଂ ପ୍ରୋଜେକ୍ଟ(ଇଣ୍ଟରନାଲ ଆସେସମେଣ୍ଟ)କୁ ଆଧାର କରି ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଦୁଇଟି ଯାକ ସେମିଷ୍ଟର ଦେଇଥିବା ଛାତ୍ରୀଛାତ୍ରଙ୍କ ଫଳାଫଳ ପ୍ରକାଶ ପାଇଛି। ଯେଉଁମାନେ ସେମିଷ୍ଟର-୧ କିମ୍ବା ୨ ଦେଇ ନ ଥିଲେ, ସେମାନଙ୍କର ରେଜଲ୍ଟ ବାହାରି ନାହିଁ। ଛାତ୍ରୀଛାତ୍ରମାନେ ସିଆଇଏସ୍‌ସିଇ ଓ୍ବେବ୍‌ସାଇଟ୍‌ www.cisce.orgକୁ ଯାଇ କିମ୍ବା ନଂ.୦୯୨୪୮୦୮୨୮୮୩କୁ ଏସ୍‌ଏମ୍‌ଏସ୍‌ କରି ରେଜଲ୍ଟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

ଭୁବନେଶ୍ୱର,୨୭।୧୧: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ...

କୋରାପୁଟ ବସ୍‌ଷ୍ଟାଣ୍ଡରେ ଛୁରା ମାଡ଼

କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ...

ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ବର୍ଷରେ…

ଭୁବନେଶ୍ୱର,୨୭।୧୧: ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ଆଜି ୯୪୧ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶ୍ରୁତି ପାଳନ କରିଛୁ।ନିକଟରେ ୧୬ ହଜାର...

ରାଜ୍ୟ ସରକାରଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟିଲେ ପାଖାପାଖି ୨ଲକ୍ଷ ଲୋକ! ଲିଷ୍ଟରେ ଅଛି କି ଆପଣଙ୍କ ନାଁ…

ଭୁବନେଶ୍ୱର,୨୭।୧୧:ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ବାଦ୍‌ ପଡିଲେ ଅଯୋଗ୍ୟ ହିତାଧିକାରୀ । ସମସ୍ତ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ରାସନ ପାଉଥିଲେ...

ଆର୍ଥିକ ସହାୟତା ଅପେକ୍ଷାରେ ସୁସ୍ମିତା, ଆଜି ବି ସ୍ବପ୍ନ ଅଛି ଡାକ୍ତର ହେବେ

ଦାରିଙ୍ଗବାଡି,୨୭।୧୧(ଅରୁଣ ସାହୁ): ଡାକ୍ତରୀ ପାଠ ପଢି ନିଜ ଅଞ୍ଚଳ ରୋଗୀଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ଗୌଡ଼ ସାହିର ଛାତ୍ରୀ ସୁସ୍ମିତା...

ମୋହନ ସରକାରଙ୍କ ବିରୋଧରେ ମୁଁ ଆନ୍ଦୋଳନକୁ ଓହ୍ଲାଇବି, ଗୃହରେ ଏମିତି କାହିଁକି କହିଲେ କେ.ଭି ସିଂଦେଓ

ଭୁବନେଶ୍ୱର,୨୭।୧୧:ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ସରଗରମ ରହିଛି। ବୁଧବାର ଗନ୍ଧମାର୍ଦ୍ଦନ ପାହାଡ ଜମିକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ସରକାରଙ୍କୁ...

ଛୁଟି ଆବେଦନକୁ ମୋହନ ସରକାର ମୁହଁ ଫେରାଇବା ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର, ୨୭।୧୧: ୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ବୁଧବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri