Categories: ବାଣିଜ୍ୟ

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Share