ଡଏଚ୍‌ଏଚ୍‌ରେ ଆଇସିୟୁ ଉଦ୍‌ଘାଟିତ

ଖୋର୍ଦ୍ଧା, ୫ା୧୦ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ବିଧାୟକ ପାଣ୍ଠିରୁ ଦେଢ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ ଶଯ୍ୟା ବିଶିଷ୍ଟ ଇଣ୍ଟେନ୍‌ସିଭ କେୟାର ୟୁନିଟ(ଆଇସିୟୁ) ଉଦ୍‌ଘାଟିତ ହୋଇଯାଇଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରି କହିଲେ ଯେ, କରୋନା ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଥିଲେ।
ବ୍ୟକ୍ତି ଯେପରି ଚିକିତ୍ସା ଅଭାବରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଦୀର୍ଘଦିନ ଧରି ଡିଏଚ୍‌ଏଚ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଇସିୟୁର ଆବଶ୍ୟକତା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ସମୟରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆଇସିୟୁ ପ୍ରତିଷ୍ଠା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସିଡିଏମ୍‌ଓ ଡା. ଆତ୍ତର୍ର୍ବନ୍ଧୁ ନାୟକ, ଜିଲା ଚିକିତ୍ସାଧିକାରୀ ତଥା ମେଡିକାଲ ଅଧୀକ୍ଷକ ବିଶ୍ୱମୋହନ ମିଶ୍ର ଯୋଗଦେଇଥିଲେ। ସିଡିଏମ୍‌ଓ ନାୟକ କହିଥିଲେ ଯେ, ଏଠାରେ ସମସ୍ତ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ। ୩ଜଣ ଡାକ୍ତର ଓ ୩ଜଣ ଷ୍ଟାଫନର୍ସ ନିୟୋଜିତ କରାଯାଇଥିବାବେଳେ ଖାଲି ପଡ଼ିଥିବା ଆବଶ୍ୟକ ପଦବୀ ଖୁବ୍‌ଶୀଘ୍ର ପୂରଣ କରାଯିବ। କାର୍ଯ୍ୟକ୍ରମରେ ପାୈରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶାୈର୍ଯ୍ୟ ରଞ୍ଜନ ମହାନ୍ତି, ଆଇସିୟୁ ଡାକ୍ତର ଶୁୁଭ୍ରାଂଶୁରଞ୍ଜନ ସାହୁ, ଡା. ଦ୍ୱାରିକାନାଥ ଶତପଥୀ, ଡା. ବଳଭଦ୍ର ବେହେରା, ହସ୍‌ପିଟାଲ ମ୍ୟାନେଜର ଡା. ବିନାୟକ ପାଣିଗ୍ରାହୀ, ସଙ୍ଗୀତା ସ୍ବାଇଁ, ଷ୍ଟାଫନର୍ସ ସାଧନା ଗୁମାନସିଂହ, ପଲ୍ଲିଶ୍ରୀ ଜେନା, ସନ୍ଧ୍ୟାରାଣୀ ଜାଲି ଏବଂ ଅନ୍ୟ କର୍ମଚାରୀଙ୍କ ସମେତ ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ ଓ ସ୍ବଚ୍ଛସାଥୀ ଉପସ୍ଥିତ ଥିଲେ।

Share