ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଛତିଶଗଡ଼ ବିଜାପୁର ଜିଲା ଚିନ୍ନାଗେଲୁର ସିଆରପିଏଫ୍‌ କ୍ୟାମ୍ପ୍‌ରୁ ରବିବାର ସକାଳୁ ଯବାନମାନେ ସର୍ଚ୍ଚ ଅପରେଶନ ପାଇଁ ଯାଇଥିବା ବେଳେ ତର୍‌ରେମ ଥାନା ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ୫ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଏହି ଆଇଇଡି ବିସ୍ଫୋରଣରେ କେବଳ ପୋଲିସ କିମ୍ବା ସୁରକ୍ଷାକର୍ମୀ ନୁହନ୍ତି ବରଂ ସାଧାରଣ ଲୋକ ମଧ୍ୟ ଶିକାର ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ଚିକିତ୍ସା ପାଇଁ ବିଜାପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ସୂଚନାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ବଡ଼ ଲଘୁଚାପ: ଏଥର ବର୍ଷାରେ ଭିଜିବ ଦଶହରା…

ଭୁବନେଶ୍ୱର,୨୯।୯: ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା।...

ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ

ଭଦ୍ରକ,୨୯ା୯(ସନାତନ ରାଉତ): ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟନେଟ୍‌ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ...

ବଡ଼ ସୂଚନା ଦେଲେ ମନମୋହନ, ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ…

ଭୁବନେଶ୍ୱର,୨୯ା୯: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ...

ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍‌ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି,୨୯ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆନ୍ଧ୍ର ଓ ଓଡ଼ିଶା ଆନ୍ତଃରାଜ୍ୟ ବାଇକ୍‌ ଲୁଟେରାକୁ ଧରିବା ସହ ୧୯ଟି...

ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ

ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ...

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ...

ଏହି ଦିନ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୯: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର...

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri