ସୀମାନ୍ତରେ ଆଇଡି ବିସ୍ଫୋରଣ, ଜଣେ ଯବାନ ଆହତ

ମାଲକାନଗିରି,୨୦।୯(ଦୁର୍ଯ୍ୟଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବେଡା ଜିଲା ଅରନପୁର ଥାନା ଅଞ୍ଚଳରେ ଯବାନମାନେ ଶର୍ଚ୍ଚ ଅପରେଶନ କରୁଥିବା ସମୟରେ ଆଇଡି ବିସ୍ଫୋରଣ ହୋଇ ଜଣେ ଯବାନ ଆହତ ହୋଇଛନ୍ତି।
ସୂଚନା ମୁତାବକ ଅରନପୁର ଥାନା ଅଞ୍ଚଳରେ ୨୩୧ ବଟାଲିୟନ ଯବାନମାନେ ଶର୍ଚ୍ଚ ଅପରେଶନ କରୁଥିବା ସମୟରେ କମାରଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ଆଇଡି ବିସ୍ଫେରଣ ହୋଇଥିଲା। ଫଳରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ତେବେ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ତାନାନ୍ତର କରଯାଇଥିବା ଜଣାପଡ଼ିଛି।

Share