ୱାଶିଂଟନ: ବାହାରକୁ ଯାଇଥିବାବେଳେ ଆମେ ସେଠାରେ ଥିବା ବାଥ୍ରୁମ୍କୁ ବ୍ୟବହାର କରୁ। ସେଥିରେ ଆମକୁ କାହାର ଅନୁମତି ନେବାକୁ ମଧ୍ୟ ପଡ଼ି ନ ଥାଏ। ହେଲେ ନିକଟରେ ଜଣେ ମହିଳାଙ୍କୁ ବାଥ୍ରୁମ୍ ଯିବାକୁ ତାଙ୍କ ଆଇଡି କାର୍ଡ ଦେଖାଇବାକୁ ପଡିଛି। ଏହା ଆଶ୍ଚର୍ଯ୍ୟକର କଥା ହୋଇଥିଲେ ବି ସତ। ରିପୋର୍ଟ ମୁତାବକ, ୱାଶିଂଟନର ୨୨ ବର୍ଷୀୟା ତାଙ୍କ ବୟଫ୍ରେଣ୍ଡଙ୍କ ସହିତ କୌଣସି ସ୍ଥାନକୁ ଯାଉଥିଲେ। ହେଲେ ବାଟରେ ସେ ବାଥ୍ରୁମ୍ ଯିବାକୁ ସୁପର ମାର୍କେଟ୍ରେ ଅଟକି ଥିଲେ। ମହିଳା ଦୋକାନର ଷ୍ଟାଫ୍ଙ୍କୁ ବାଥ୍ରୁମ୍ର କୋଡ୍ ପଚାରିବାରୁ ତାଙ୍କୁ ଆଇଡି କାର୍ଡ ମାଗିଥିଲେ। ଫଳରେ ବାଥ୍ରୁମ୍ ଯିବା ପାଇଁ ତାଙ୍କର ବୟସ ହୋଇଛି କି ନାହିଁ ତାହା ଜଣାପଡ଼ିବ। ପ୍ରକୃତରେ ସେହି ଷ୍ଟୋର ନିୟମ ଅନୁସାରେ, ଏକାଥରେ କେବଳ ୨୫ ଜଣଙ୍କୁ ହିଁ ସେଠାକୁ ଯିବାକୁ ଅନୁମତି ଥିଲା। ଯେଉଁଥିରେ କି ସେମାନଙ୍କ ଏଣ୍ଟ୍ରି ପାଇଁ ବୟସ ପଚରା ଯାଉଥିଲା। ପରେ ମହିଳା ଜଣକ ତାଙ୍କ ଆଇଡି କାର୍ଡ ଦେଖାଇବାରୁ ତାଙ୍କୁ ବାଥ୍ରୁମ୍ ଯିବାକୁ ଅନୁମତି ମିଳିଥିଲା। ଏହାକୁ ନେଇ ମହିଳା ଜଣକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ସେଥିରେ ଲେଖିଥିଲେ, ତାଙ୍କୁ ବର୍ତ୍ତମାନ ୨୨ ବର୍ଷ, ହେଲେ ବି ତାଙ୍କୁ ଆଇଡି କାର୍ଡ ଦେଖାଇବାକୁ ପଡିଲା। ଏହା ସେଠାକାର ନିୟମ ହେଲେ ମଧ୍ୟ ତାକୁ ଏତେ କଡ଼ା ଭାବେ ପାଳନ କରିବା ଉଚିତ ନୁହେଁ।