ଭାଇଭାଉଜଙ୍କ ସହ ମା’ ଦେଉଛନ୍ତି ନିର୍ଯାତନା! ଦେହର କ୍ଷତଚିହ୍ନ ଦେଖାଇ ସହାୟତା ଲାଗି ହାତ ଯୋଡ଼ିଲେ ସିଆଇଡି ଫେମ୍‌ ଅଭିନେତ୍ରୀ

ବମ୍ବେ: ପାରିବାରିକ ହିଂସାର ଶିକାର ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଶୋ’ ‘ସିଆଇଡି’ ଫେମ୍‌ ଅଭିନେତ୍ରୀ ବୈଷ୍ଣବୀ ଧନରାଜ। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଟେଲିଭିଜନଗତରେ ହଲଚଲ ସୃଷ୍ଟି ହୋଇଛି। ଭିଡିଓରେ ବୈଷ୍ଣବୀ ପୋଲିସ ଷ୍ଟେଶନରେ ବସି ସହାୟତା ଲାଗି ଗୁହାରି କରୁଥିବା ନଜର ଆସୁଛି।

ପରିବାରଲୋକେ ମାର୍‌ପିଟ କରିଥିବା ବୈଷ୍ଣବୀ ଅଭିଯୋଗ କରିବା ସହ ହାତରେ ଏବଂ ମୁହଁରେ ଥିବା ଆଘାତକୁ ଦେଖାଇଛନ୍ତି। ଏପରିକି ତାଙ୍କୁ ସହାୟତା କରିବା ଲାଗି ପୋଲିସ, ଗଣମାଧ୍ୟମକୁ ସେ ହାତଯୋଡ଼ି ଅନୁରୋଧ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବୈଷ୍ଣବୀଙ୍କୁ ତାଙ୍କ ଭାଇ, ଭାଉଜ ଏବଂ ମା’ ଗତ କିଛି ବର୍ଷ ଧରି ହଇରାଣ କରୁଛନ୍ତି। ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ପରିବାରଲୋକେ ତାଙ୍କ ଜୀବନକୁ ନିଜ ହିସାବରେ ଚଳାଇବାକୁ ଚାହାନ୍ତି। ଏପରିକି ସେମାନେ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଅଭିନେତ୍ରୀ କହିଛନ୍ତି।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଥିବା ବେଳେ କୋର୍ଟ ଅର୍ଡର ଅପେକ୍ଷାରେ ରହିଛି। ଏହାପରେ ପରିବାରଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

Share