Categories: ବାଣିଜ୍ୟ

ଆଇଡିବିଆଇ ବ୍ୟାଙ୍କର ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’

ନୂଆଦିଲ୍ଲୀ,୪।୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ନୂତନ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କ ନ୍ୟାଶନାଲ ଇ-ଗଭର୍ନାନ୍ସ ସର୍ଭିସେସ୍‌ ଲିମିଟେଡ୍‌ (ଏନ୍‌ଇଏସ୍‌ଏଲ୍‌) ସହଭାଗିତାରେ ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ଏହା କାଗଜ-ଆଧାରିତ ବ୍ୟାଙ୍କ ଗ୍ୟାରେଣ୍ଟି ଜାରି କରିବା ପ୍ରକ୍ରିୟାକୁ ଇ-ଷ୍ଟାମ୍ପିଙ୍ଗ୍‌ ଓ ଇ-ସିଗ୍ନେଚର ସହିତ ସ୍ଥାନାନ୍ତର କରିଛି, ଏହା ସହିତ ବ୍ୟାଙ୍କ ତା’ର ଗ୍ରାହକଙ୍କୁ ଡିଜିଟାଲ ଓ ଉପଭୋକ୍ତା ଅନୁକୂଳ ସେବା ପ୍ରଦାନ କରିବା ପାଇଁ ଆଉ ଏକ ସଫଳତା ହାସଲ କରିଛି। ଏହି ନୂଆ ପଦକ୍ଷେପ ଅଧିକ ସ୍ବଚ୍ଛତା ଆଣୁଛି ଏବଂ ଟର୍ନ ଆରାଉଣ୍ଡ ସମୟକୁ ମଧ୍ୟ ହ୍ରାସ କରୁଛି। ଇ-ବିଜିକୁ ଇ-ଷ୍ଟାମ୍ପିଙ୍ଗ ଓ ଇ-ସିଗେଚ୍ନର ସହ କାର୍ଯ୍ୟକାରୀ କରାଯାଇପାରିବ ଏବଂ କେବଳ କିଛି ମିନିଟ୍‌ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ତତ୍କାଳ ବିତରଣ କରାଯାଇପାରିବ।

Share