Categories: ବାଣିଜ୍ୟ

ଆଇଡିବିଆଇ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୨।୧: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଅବଧିରେ ବ୍ୟାଙ୍କର ନେଟ୍‌ ଲାଭ ୧୪୫୮ କୋଟି ଟଙ୍କା ରହିଥିବା ବେଳେ ୫୭%ର ବାର୍ଷିକ ଅଭିବୃଦ୍ଧି ହୋଇଛି। ସେହିଭଳି ବ୍ୟାଙ୍କର ପରିଚାଳନାଗତ ଲାଭ ୨୩୨୭ କୋଟି ଟଙ୍କା ରହିଛି, ଏନ୍‌ଆଇଏମ୍‌ ୪.୭୨% ରେକର୍ଡ କରାଯାଇଥିବା ବେଳେ ନେଟ୍‌ ସୁଧ ଆୟ ୧୭%ର ବାର୍ଷିକ ଅଭିବୃଦ୍ଧି ସହିତ ୩୪୩୫ କୋଟି ଟଙ୍କା ରହିଛି। ଏପରିକି କଷ୍ଟ୍‌ ଅଫ୍‌ ଡିପୋଜିଟ୍‌ ୩ୟ ତ୍ରୈମାସରେ ୮୩ ବିପିଏସ୍‌ ବୃଦ୍ଧି ପାଇ ୪.୩୪% ରହିଛି, ଯାହା ଗତ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ୩.୫୧% ରହିଥିଲା। ଏହି ତ୍ରୈମାସରେ ବ୍ୟାଙ୍କର ସିଆର୍‌ଏଆର୍‌ ୧୮ ବିପିଏସ୍‌ର ବାର୍ଷିକ ଅଭିବୃଦ୍ଧି ସହିତ ୨୦.୩୨% ରହିଛି। ଅପରପକ୍ଷରେ ବ୍ୟାଙ୍କର ରିଟର୍ନ ଅନ୍‌ ଆସେଟ୍‌ସ (ଆର୍‌ଓଏ) ୧.୭୦% ରେକର୍ଡ (୪୮ ବିପିଏସ୍‌ର ବାର୍ଷିକ ଅଭିବୃଦ୍ଧି) କରାଯାଇଥିଲାବେଳେ ରିଟର୍ନ ଅନ୍‌ ଇକ୍ୱିଟି (ଆର୍‌ଓଇ) ୧୯.୫୭% (୩୬୧ ବିପିଏସ୍‌ର ବାର୍ଷିକ ଅଭିବୃଦ୍ଧି) ରହିଛି। ଏହି ଅବଧିରେ ନେଟ୍‌ ଏନ୍‌ପିଏ ୭୪ ବିପିଏସ୍‌ ବୃଦ୍ଧି ହୋଇ ୦.୩୪% ରହିଥିବା ବେଳେ ଗ୍ରସ୍‌ ଏନପିଏ ୯୧୩ ବିପିଏସ୍‌ ବୃଦ୍ଧି ହୋଇ ୪.୬୯% ଏବଂ ପିସିଆର୍‌ ୧୧୯ ବିପିଏସ୍‌ ବୃଦ୍ଧି ହୋଇ ୯୯.୧୭% ରହିଛି।

Share