Categories: ବାଣିଜ୍ୟ

ଆଇଡିବିଆଇର ପାର୍ବଣ ଅଫର

ଭୁବନେଶ୍ୱର,୨୩।୯: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ଲୋକପ୍ରିୟ ଯୋଜନା ‘ଅମୃତ ମହୋସତ୍ବ ଏଫ୍‌ଡି’ ସ୍କିମ୍‌ ଉପରେ ଉକ୍ତ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୩ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ। ଏପରିକି ଏହି ସୀମିତ ଅବଧି ମଧ୍ୟରେ ଗ୍ରାହକମାନେ ଉକ୍ତ ଅଫରର ଲାଭ ଉଠାନ୍ତୁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ୪୪୪ ଦିନର ବିକଳ୍ପ ବାର୍ଷିକ ୭.୭୫%ର ଲାଭଜନକ ସର୍ବୋଚ୍ଚ ହାର ପ୍ରଦାନ କରୁଛି। ଏହା ବ୍ୟତୀତ ୩୭୫ ଦିନର ବିକଳ୍ପ ବାର୍ଷିକ ୭.୬୦% ହାର ପ୍ରଦାନ କରୁଛି। ଅପରପକ୍ଷରେ ୨୭୧ ଦିନରୁ ଅଧିକ ୧ ବର୍ଷରୁ କମ୍‌ ମାଚ୍ୟୁରିଟି ସ୍ଲାବ୍‌ ଉପରେ ୫୦ବେସିସ୍‌ ପଏଣ୍ଟ (ବିପିଏସ୍‌)ରେ ବ୍ୟାଙ୍କ ସୁଧ ହାରକୁ ଆକର୍ଷଣୀୟ ସହ ବାର୍ଷିକ ୬.୭୫%ର ଏକ ସର୍ବୋଚ୍ଚ ସୁଧ ହାର ପ୍ରଦାନ କରୁଛି। ବ୍ୟାଙ୍କର ସମସ୍ତ ଶାଖାରେ ଏହି ସ୍କିମ୍‌ ଉପଲବ୍ଧ ରହିଥିବା ବେଳେ ଗ୍ରାହକମାନେ ନିକଟସ୍ଥ ଶାଖା ପରିଦର୍ଶନ କରି ଅଫର ବିଷୟରେ ସମସ୍ତ ସୂଚନା ପାଇପାରିବେ।

Share