Categories: ବାଣିଜ୍ୟ

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କର ଲାଭ ବାର୍ଷିକ ଆଧାରରେ ୫୫% ବୃଦ୍ଧି ହୋଇ ସର୍ବକାଳୀନ ଉଚ୍ଚସ୍ତର ୫୬୩୪ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ମଧ୍ୟରେ ବ୍ୟାଙ୍କର ଲାଭ ୧୨% ବୃଦ୍ଧି ହୋଇ ୧୬୨୮କୋଟି ଟଙ୍କାରେ ରହିଛି। ଏହି ଅବଧି ମଧ୍ୟରେ ବ୍ୟାଙ୍କର ପରିଚାଳନାଗତ ଲାଭ ୯୫୯୨କୋଟି ଟଙ୍କା ରହିଥିଲାବେଳେ ବ୍ୟାଙ୍କର ଏନଆଇଏମ୍‌ ୪.୯୩% ଏବଂ ସୁଧ ଆୟ ବାର୍ଷିକ ଆଧାରରେ ୧୨% ବୃଦ୍ଧି ହୋଇ ୩୬୮୮କୋଟି ଟଙ୍କା ହୋଇଛି।

ବ୍ୟାଙ୍କର ଜମା ମୂଲ୍ୟ ୪ର୍ଥ ତ୍ରୈମାସିକରେ ୪.୪୮%ରହିଛି, ଯାହା ଗତ ୪ର୍ଥ ତ୍ରୈମାସିକରେ ୩.୭୧% ଥିଲା। ଏହାଛଡା ସିଆର୍‌ଏଆର୍‌ ବାର୍ଷିକ ଆଧାରରେ ୧୮୨ ବିପିଏସ୍‌ ବୃଦ୍ଧି ହୋଇ ୨୨.୨୬% ରହିଛି। ରିଟର୍ନ ଅନ୍‌ ଆସେଟ୍‌ସ (ଆର୍‌ଓଏ) ୪ର୍ଥ ତ୍ରୈମାସିକରେ ୧.୮୨% ବୃଦ୍ଧି ହୋଇ ୩୯ ବିପିଏସ୍‌ ରହିଛି। ଯାହା ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୧.୪୩% ଥିଲା। ଏଥିସହିତ ରିଟର୍ନ ଅନ୍‌ ଇକ୍ୱିଟି (ଆର୍‌ଓଇ) ବାର୍ଷିକ ଆଧାରରେ ୩୩୫ ବିପିଏସ୍‌ ବୃଦ୍ଧି ହୋଇ ୧୯.୫୦% ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ନେଟ୍‌ ଏନ୍‌ପିଏ ୨୦୨୩ ମାର୍ଚ୍ଚ ୩୧ରେ ୦.୯୨%ରୁ ହ୍ରାସ ହୋଇ ୦.୩୪% ରହିଛି। ଗ୍ରସ୍‌ ଏନ୍‌ପିଏ ୨୦୨୩ ମାର୍ଚ୍ଚ ୩୧ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷର ୬.୩୮%ରୁ ହ୍ରାସ ହୋଇ ୨୦୨୪ଆର୍ଥିକ ବର୍ଷରେ ୪.୫୩% ରହିଛି। ପିସିଆର୍‌ ମଧ୍ୟ ୨୦୨୩ ଆର୍ଥିକ ବର୍ଷର ୯୭.୯୪% ତୁଳନାରେ ବୃଦ୍ଧି ହୋଇ ୯୯.୦୯% ରହିଛି।

Share