Categories: ବାଣିଜ୍ୟ

ଆଇଡିବିଆଇର ସ୍ବତନ୍ତ୍ର ବକେଟ ଉନ୍ମୋଚିତ

ଭୁବନେଶ୍ୱର,୧୮।୭: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ବକେଟର ଉନ୍ମୋଚନ ହୋଇଯାଇଛି। ବିଶେଷକରି ବ୍ୟାଙ୍କ ପକ୍ଷରୁ ୩୭୫ ଦିନ ପାଇଁ ଏକ ଅମୃତ ମହୋତ୍ସବ ଏଫଡିର ଶୁଭାରମ୍ଭ କରାଯାଇଛି, ଯାହାକି ବାର୍ଷିକ ୭.୬୦%ର ଏକ ସର୍ବୋଚ୍ଚ ସୁଧ ହାର ପ୍ରଦାନ କରୁଥିବାବେଳେ ୨୦୨୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଉକ୍ତ ସୁବିଧା ବୈଧ ରହିଛି। ଅପରପକ୍ଷରେ କଲେବଲ ବିକଳ୍ପ ଅଧୀନରେ ଉପଲବ୍ଧ ବିଦ୍ୟମାନ ୪୪୪ ଦିନ ପାଇଁ ଅମୃତ ମହୋତ୍ସବ ଏଫଡି ବାର୍ଷିକ ୭.୬୫%ର ଏକ ସର୍ବୋଚ୍ଚ ସୁଧ ହାର ପ୍ରଦାନ କରୁଛି ଏବଂ ନନ୍‌-କଲେବଲ ବିକଳ୍ପ ଅଧୀନରେ ବାର୍ଷିକ ୭.୭୫%ର ଏକ ସର୍ବୋଚ୍ଚ ସୁଧ ହାର ପ୍ରଦାନ କରୁଛି।

Share