ଇଡ୍‌କଲ ଡିଏମ୍‌ ଗୟା ସାଁନ୍ତରା ଗିରଫ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଇଡ୍‌କଲ ଡେପୁଟି ମ୍ୟାନେଜର(ଡିଏମ୍‌) ଗୟା ସାଁନ୍ତରାଙ୍କୁ ଗୁରୁବାର ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଗୟାଘରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଜବତ ହୋଇଥିଲା। ତାଙ୍କ ଘରୁ ୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ। ତେବେ ଆଜି ତାଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର, କୋରାପୁଟ, ରାଗୟଡ଼ା ଏବଂ ନୟାଗଡ଼ ସମେତ ୭ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ହୋଇଥିଲା। ଗୟାଙ୍କର ମଞ୍ଚେଶ୍ୱରସ୍ଥିତ ୩ ମହଲା କୋଠା, ଜୟଦେବ ବିହାରରେ ୪ ମହଲା କୋଠା, ନୟାଗଡ଼ର ପୈତୃକ ଘର ଏବଂ ରାୟଗଡ଼ାରେ ଥିବା ଶ୍ୱଶୁର ଘରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା।

Share