ଦୁଇ ଫୁଲମାଳାରେ ପରସ୍ପରକୁ ବାଛିଲେ ଜୀବନ ସାଥୀ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ଜାତିଆଣ ଭେଦଭାବ ମଧ୍ୟ ନ ଥିଲା । ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ରବିବାର ଆଦର୍ଶ ଗଣବିବାହ ଅନୁଷ୍ଠିତ ହୋଇଯାଇଛି । ବାବା ସାହେବ ଡଃ ବି.ଆର୍‌ ଆମ୍ବେଡ଼କରଙ୍କ ଜୟନ୍ତୀ ଅବସରରେ ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ଆମ୍ବେଡ଼କର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଏହି ଗଣବିବାହରେ ୬କନ୍ୟା ଏବଂ ୬ବରଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ଅକ୍ଷୟ ମୁନା ଓ ଲିସା ସାହୁ, ସୁଜିତ ଜାମଡ଼ୁଲିଆ ଓ ନିଲିମା ଭୁଏ, ମିଥୁନ ନାଏକ ଓ ବୈଜୟନ୍ତୀ ରାଜହଂସ, କେଶବ ମୁଗ୍ରୀ ଓ ପଙ୍କଜିନୀ ଭଏନା, ଅରକ୍ଷିତ ନାଏକ ଓ କମଳା ସାହୁ ଏବଂ ଅମିତ ଚାନ୍ଦ ଓ ନନ୍ଦିନୀ କୁମ୍ଭାର ପରସ୍ପରକୁ ଜୀବନ ସାଥୀ ଭାବେ ବାଛି ନେଇଥିଲେ । ରେଶମା ସୁଲତାନା, ସ୍ବାମୀ ଅବଦୁଲ ଇବ୍ରାହିମ, କନ୍ୟା ମାତାପିତା ଏବଂ ଯଶସ୍ମିତା ଆଚାର୍ଯ୍ୟ, ସ୍ବାମୀ ସମ୍ବିତ ବର ମାତାପିତା କାର୍ଯ୍ୟ ସମ୍ପାଦନ କରିଥଲେ । ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହେରୀ, ଏମଡ଼ି ଅଲିମ, ଆମ୍ବେଡ଼କର ଚେରିଟେବୁଲ ଟ୍ରଷ୍ଟର ଗୁଣମଣି ସୁନାନୀ, ଆଲବର୍ଟ ଲାକ୍ରା, ମେରିୟମ ବାର୍ଲା, ସମାଜସେବୀ ପାଣ୍ଡବ କର୍ଣ୍ଣ, ଶ୍ୟାମସୁନ୍ଦର ଅଗ୍ରୱାଲ, ପ୍ରୀତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Share