ଧର୍ମଶାଳା ଜମି ବିକ୍ରି ବନ୍ଦ ଦାବି: ପୁରୀ ଜିଲା ଭାଜପା ପକ୍ଷରୁ ଧାରଣା

ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ବିସ୍ଥାପିତ ଲଜ୍‌ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ପ୍ଲଟିଂକରି ବିକ୍ରି କରିବାକୁ ବିରୋଧ କରିଛି ପୁରୀ ଜିଲା ଭାଜପା । ବଗଲା ଜମି ବିକ୍ରି ବନ୍ଦ କରିବା ଦାବିରେ ଭାଜପା ପକ୍ଷରୁ ଶୁକ୍ରବାର ବଗଲା ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଇଛି । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧାରଣାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲା ଭାଜପା ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ, ଜୟନ୍ତ କୁମାର ଦାଶ ପ୍ରମୁଖ ସାମିଲ ଅଛନ୍ତି । କୋଭିଡ଼ ନିୟମ ପାଳନ ପୂର୍ବକ ଏହି ଧାରଣା ଦିଆଯାଇଛି ।

Share