କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଜଜ୍ କୋର୍ଟର ନୂତନ ପରିସର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ଏନେଇ ସ୍ଥାନୀୟ ଢାଙ୍ଗରପଡ଼ା ନିକଟରେ ଜିଲା ଜେଲ ନିକଟରେ ୭ ଏକର ଜମି ଚିହ୍ନଟ କରାଯାଇ ହସ୍ତାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ସଦର ତହସିଲ ଅନ୍ତର୍ଗତ ଆଟପୁର ମୌଜାର ଖାତା ନମ୍ବର ୪୮୦ରେ ଜମି ଚିହ୍ନଟ ହୋଇଛି। ଏନେଇ ବିଚାର ବିଭାଗ ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କରାଯାଇଛି।