ସେବାୟତ ଶ୍ମଶାନ ପାଇଁ ଜମି ଚିହ୍ନଟ

ସାକ୍ଷୀଗୋପାଳ,୧୩।୭(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ)ସାକ୍ଷୀଗୋପାଳ ମନ୍ଦିର ସେବାୟତ ଶ୍ମଶାନ ଭଙ୍ଗା ଓ ନିର୍ମାଣକୁ ନେଇ ଲାଗିରହିଥିବା ବିବାଦର ସମାଧାନ ନିମନ୍ତେ ସ୍ଥାନୀୟ ଜଳସେଚନ ଡାକବଙ୍ଗଳାରେ ବୁଧବାର ଉଚ୍ଚସ୍ତରୀୟ ବୈଠକ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିବାଦ ଭୁଲିଯାଇ ଶ୍ମଶାନ ନିର୍ମାଣ ସମ୍ପର୍କରେ ସମାଧାନ କରିବା ଦିଗରେ ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଥିଲେ। ପୂର୍ବରୁ ରହିଥିବା ସେବାୟତ ଶ୍ମଶାନ ଓଡ଼ିଆ ବିଶ୍ବବିଦ୍ୟାଳୟ ନିକଟରୁ ଦୂରେଇ ରଖିବା ପାଇଁ ମନ୍ଦିର ପରିଚାଳନା ପରିଷଦ ନିଷ୍ପତ୍ତି ନେଇଥିଲେ। ଶ୍ମଶାନ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା। ମାତ୍ର ଏହାକୁ କାର୍ଯ୍ୟକାରୀ ନ କରି ଦେବୋତ୍ତର ବିଭାଗ ବିରୋଧ କରିବା ଓ ନୂତନ ପରିଚାଳନା ପରିଷଦ ଗଠନକୁ ନେଇ ବୈଠକରେ ଉପସ୍ଥିତ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଅଧିକାରୀ ଓ ସେବାୟତମାନେ ଶ୍ମଶାନ ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ ବକୁଳବନରେ ପହଞ୍ଚତ୍ଥିଲେ। ମଶାଣି ମହାବୀର ମନ୍ଦିର ଓ ବଉଳ ବାଟିକା ମଧ୍ୟରେ ଫୁଲ ଅଳସା ମୌଜାର ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମି ଖାତା ନଂ. ୧୦୦ ପ୍ଲଟନଂ. ୫୧ ସମଦ୍ଧରୁ ୨ ଡିସିମିଲି ଜମି ସେବାୟତ ଶ୍ମଶାନ ପାଇଁ ଯୋଗାଇଦିଆଯିବ। ରାଜ୍ୟ ଦେବୋତ୍ତର ଆୟୁକ୍ତଙ୍କ ଅନୁମତି ମିଳିବାପରେ ଖୁବ୍‌ଶୀଘ୍ର ଶ୍ମଶାନ ନିର୍ମାଣ କରାଯିବା ନେଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳ ଓ ବକୁଳବନର ଉନ୍ନତି ପାଇଁ ୮କୋଟି ଟଙ୍କା ବ୍ୟୟ କରାଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ଜିଲାପାଳ ସୂଚନା ଦେଇଥିଲେ। ଓଡ଼ିଆ ବିଶ୍ବବିଦ୍ୟାଳୟ କାମର ଅଗ୍ରଗତି ନେଇ ଜିଲାପାଳ ବିଶ୍ବବିଦ୍ୟାଳୟ ପରିସରରେ ସମୀକ୍ଷା କରିବା ସହ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ପରିଚାଳନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହି ବୈଠକରେ ସହକାରୀ ଦେବୋତ୍ତର କମିଶନର ଗଗନ ସାହୁ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ବିଡିଓ ଲୋଚନ ଦାସ, ତହସିଲଦାର ଜୟନ୍ତ ଜୟସିଂ, ଆଇଆଇସି ବିଜୟ କେତନ େହେରା, ଓବିସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ମନ୍ଦିର କାର୍ଯ୍ୟନିର୍ବାହୀ ବିଶ୍ବାସୀ ତ୍ରିପାଠୀ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ ଓ କର୍ମକର୍ତ୍ତାବୃନ୍ଦ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ।