କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ

ଲଣ୍ଡନ, ୧୫।୯: ଆମେରିକା ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭାରିଏଣ୍ଟର ନାମ ଓମିକ୍ରନ୍‌ ବିଏ.୪.୬ ହୋଇଥିବା ବ୍ରିିଟେନ୍‌ ହେଲ୍‌ଥ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୪ରେ ବ୍ରିଟେନ୍‌ରେ ଟେଷ୍ଟ ହୋଇଥିବା କୋଭିଡ୍‌ ନମୁନା ମଧ୍ୟରୁ ୩.୩% ସଂକ୍ରମିତଙ୍କ ଦେହରେ ବିଏ.୪.୬ ଭାରିଏଣ୍ଟ ଦେଖାଦେଇଥିଲା, ଯାହା ଏବେ ୯% ରେ ପହଞ୍ଚିଛି।

ଓମିକ୍ରନ୍‌ ବିଏ.୪ର ବଂଶଜ ହେଉଛି ବିଏ.୪.୬। ଚଳିତ ବର୍ଷ ଜାନୁୟାରୀରେ ସାଉଥ୍‌ ଆଫ୍ରିକାରେ ପ୍ରଥମ କରି କୋଭିଡ୍‌ ଭାରିଏଣ୍ଟ ଓମିକ୍ରନ୍‌ ବିଏ.୪ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ବିଶ୍ୱରେ ଓମିକ୍ରନ୍‌ ବିଏ.୫ ସଂକ୍ରମଣ ବ୍ୟାପିବାରେ ଲାଗିଛି। ତେବେ ନୂତନ ଭାବେ ଚିହ୍ନଟ ହୋଇଥିବା ବିଏ.୪.୬ ମନୁଷ୍ୟ ଶରୀର ପ୍ରତି କେତେ ଘାତକ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ନାହିଁ।

Share