ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଚିହ୍ନଟ: ଡିଆଇଜି

କେନ୍ଦୁଝର,୧୩ା୧୦(ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିବା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ବହୁ ପ୍ରମାଣ ମିଳିସାରିଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ଧରିତ୍ରୀ ଜିଲା ପ୍ରତିନିଧିଙ୍କୁ କହିଛନ୍ତି। ଆଜି କେନ୍ଦୁଝର ଗସ୍ତ କରି ଘଟଣା ଅଞ୍ଚଳ ପରିଦର୍ଶନ କରିବା ସହ ସିସିଟିଭି ଫୁଟେଜ ଦେଖି ଜିଲା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ସିସିଟିଭି ଫୁଟେଜ୍‌ରେ ଅଭିଯୁକ୍ତଙ୍କ ଫଟୋକୁ ପୋଲିସ ଜାରି କରି ସେମାନଙ୍କ ଉପରେ ଉପହାର ଘୋଷଣା କରିଥଲେ।

Share