କରୋନାକୁ ଶକ୍ତିଶାଳୀ କରୁଥିବା ଆଣବିକ ସଂରଚନା ଚିହ୍ନଟ…

ଶିମଲା, ୬।୪ : ହିମାଚଳ ପ୍ରଦେଶର ଆଇଆଇଟିର ମଣ୍ଡିସ୍ଥିତ ସ୍କୁଲ ଅଫ ବେସିକ ସାଇନ୍ସର ବୈଜ୍ଞାନିକମାନେ କରୋନାକୁ ପ୍ରଭାବଶାଳୀ କରାଉଥିବା ଆଣବିକ ସଂରଚନା (ମଲିକୁଲାର କନଫିଗ୍ୟୁରେଶନ)କୁ ଚିହ୍ନଟ କରିଛନ୍ତି। ଏହା କରୋନା ଭୂତାଣୁକୁ ସଂକ୍ରମିତ କରିବା ଲାଗି ଅଧିକ ଶକ୍ତିଶାଳୀ କରାଇଥାଏ।

ଭବିଷ୍ୟତରେ କରୋନା ମହାମାରୀର ସମାପ୍ତି ପାଇଁ ଏହି ଗବେଷଣା ଅଧିକ ପ୍ରଭାବଶାଳୀ ଔଷଧ ତିଆରି କରିବାରେ ସାହାଯ୍ୟ କରିବ ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ଏହି ଗବେଷଣାର ରିପୋର୍ଟ ଅନ୍ତର୍ଜାତୀୟ ପତ୍ରିକା ଭିରୋଲୋଜିରେ ପ୍ରକାଶିତ ହୋଇଛି। ଆସୋସିଏଟ ପ୍ରଫେସର ଡକ୍ଟର ରଜନୀଶ ଗିରି କହିଛନ୍ତି ଯେ ଏଣ୍ଡୋଡୋମେନ ସ୍ପାଇକ ପ୍ରୋଟିନର ମଲିକୁଲାର ଗଠନକୁ ଚିହ୍ନଟ କରିବା ପାଇଁ ଲାବୋରେଟୋରୀରେ ଏହି ଅଧ୍ୟୟନ କରାଯାଇଥିଲା।

ଅଧ୍ୟୟନ ସମୟରେ, କରୋନା ଭୂତାଣୁ ସଂକ୍ରମିତ କରୁଥିବା ମଲିକୁଲାର ଗଠନ ଆବିଷ୍କୃତ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଏହାର ମଲିକୁଲାର ଗଠନ କଠିନ ନୁହେଁ, କିନ୍ତୁ ବହୁତ ନମନୀୟ। ଏହି ଅନୁସନ୍ଧାନରେ ସହଯୋଗ କରିଥିବା ପିଏଚଡି ଛାତ୍ର ପ୍ରତୀକ କୁମାର କହିଛନ୍ତି ଯେ ଏହା ଦ୍ୱାରା କୋଭିଡ -୧୯ ଏବଂ ଅନ୍ୟାନ୍ୟ କରୋନା ଭୂତାଣୁ ସଂକ୍ରମଣର ମୌଳିକ ବିଜ୍ଞାନକୁ ବୁଝିବା କାର୍ଯ୍ୟକୁ ସହଜ କରିବ।

Share