Categories: ଜାତୀୟ

ଏଲ୍‌ଏସିରେ ୧୮ ମୁହାଁମୁହିଁ ସ୍ଥିତି ସ୍ଥାନ ଚିହ୍ନଟ…

ନୂଆଦିଲ୍ଲୀ,୨।୧୦: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଲ୍‌ଏସିରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଥିବା ୧୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସୀମା ବିବାଦର ଶାନ୍ତିିପୂର୍ଣ୍ଣ ସଫଳ ସମାଧାନ ପାଇଁ ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧକାରୀଙ୍କ ମଧ୍ୟରେ ଏସବୁ ଅଞ୍ଚଳ ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛ।

ଜୁଲାଇ ୩୧ରେ ଦୁଇପକ୍ଷଙ୍କ ମଧ୍ୟରେ ୧୨ତମ କମାଣ୍ଡରସ୍ତରୀୟ ବୈଠକରେ ପୂର୍ବ ଲଦାଖର ଗୋଗରାଠାରେ ହେଉଥିବା ମୁହାଁମୁହିଁ ସ୍ଥିତିର ସମାଧାନ କରାଯାଇଥିଲା। ଭାରତୀୟ ସେନା ଏବଂ ଚାଇନା ପିପୁଲସ୍‌ ଲିବରେଶନ୍‌ ଆର୍ମି ପକ୍ଷରୁ ଧୀରେଧୀରେ ସୀମା ଅଞ୍ଚଳରେ ମୁହାଁମୁହାଁ ସ୍ଥିତି ଉତ୍ପନ୍ନ କରୁଥିବା ବିଭିନ୍ନ ଅଞ୍ଚଳରେ ଉପରେ ବୈଠକ ଅନୁଷ୍ଠିତ ହେବାର ପ୍ରକ୍ରିୟା ଜାରି ରହିଛି।

ଦୁଇଦେଶ ମଧ୍ୟରେ ଥିବା ଦୀର୍ଘ ୩,୪୮୮ କିଲୋମିଟର ଏଲ୍‌ଏସିରେ ଚାଇନା ଯଥାସ୍ଥିତିରେ ଏକ ତରଫା ପରିବର୍ତ୍ତନର ଉଦ୍ୟମ କରୁଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଭାରତ ପକ୍ଷରୁ ଏହାକୁ ଲଗାତାର ବିରୋଧ କରାଯାଉଛି। ଅଗାମୀ ଦିନରେ କୋଙ୍ଗକା ଲା, ଡେମଚୋକ୍‌ ନିକଟରେ ଥିବା ହର୍ଟସ୍ପ୍ରିଙ୍ଗ, ଦେପସାଙ୍ଗ୍‌ ବୁଲଗେଠାରେ ଥିବା ଗସ୍ତ ଅଞ୍ଚଳର ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବାର ଯୋଜନା ରହିଛି।

Share