ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହା ପୃଥିବୀର ପ୍ରାୟ ସମସ୍ତ ଜୀବନର ସୃଷ୍ଟି,ବିକାଶ ଏବଂ ବୃଦ୍ଧି ପାଇଁ ଅପରିହାର୍ଯ୍ୟ। ଲୁହା ପରି ଅମ୍ଳଜାନ ମଧ୍ୟ ଏହା ଜୀବନ ସୃଷ୍ଟି ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅକ୍ସଫୋର୍ଡ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପୃଥିବୀ ଗର୍ଭରେ ଲୁହା ମଧ୍ୟ ଚତୁର୍ଥ ସାଧାରଣ ଉପାଦାନ। ଏହା ପୃଥିବୀର ଅଧିକାଂଶ ଭିତର ଓ ବାହ୍ୟ କୋର ଗଚ୍ଛିତ ରହିଛି। ପ୍ରାୟ ୪୫୦ କୋଟି ବର୍ଷ ପୂର୍ବେ ପୃଥିବୀ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ। ଅକ୍ସଫୋର୍ଡ ଗବେଷକ ଦଳଙ୍କ ଅନୁଯାୟୀ ଲୁହା ପୃଥିବୀର ଜୀବନର ବିକାଶ ଉପରେ ଅଧିକ ପ୍ରଭାବ ପକାଇଥିଲା।

ଫଳରେ ଲୁହା ଜଟିଳ ଜୀବନା ବିବର୍ତ୍ତନକୁ ଆକୃଷ୍ଟ କରିବାରେ ସହାୟତା କରିଥିଲା। ଏନେଇ ବିସ୍ତୃତ ତଥ୍ୟ ବିଜ୍ଞାନ ପତ୍ରିକା ପିଏନ୍‌ଏଏସ୍‌ରେ ପ୍ରକାଶିତ ହୋଇଛି । କମ ଲୁହାଥିଲେ ଜୀବନ ସୃଷ୍ଟିର ସମ୍ଭାବନା ମଧ୍ୟ କମି ଯାଇଥାଏ ବୋଲି ଅକ୍ସଫୋର୍ଡ ୟୁନିଭରସିଟିର ପୃଥିବୀ ବିଜ୍ଞାନ ବିଭାଗର ପ୍ଲାନେଟେରି ସାମଗ୍ରୀର ଆସୋସିଏଟ ପ୍ରଫେସର ଜନ ୱେଡ କହିଛନ୍ତି। ପୃଥିବୀର ପଥରରେ ଲୁହା ପ୍ରାରମ୍ଭିକ ସମୟରୁ ଗ୍ରହ ସୃଷ୍ଟି ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା। ଲୁହା ଯୋଗୁଁ ଜଳ ଭୂପୃଷ୍ଠରେ ରହିଥିବା ସେ କହିଛନ୍ତି।

ଯଦି ଲୁହାର ଉପସ୍ଥିତି ନ ଥାନ୍ତା ତେବେ ମଙ୍ଗଳ ଗ୍ରହ ପରି ପୃଥିବୀ ପୃଷ୍ଠରୁ ମଧ୍ୟ ଜଳ ଅଦୃଶ୍ୟ ହୋଇଯାଇଥାନ୍ତା। ଗବେଷକଙ୍କ ଅନୁଯାୟୀ, ପୃଥିବୀରେ ଲହାର ସ୍ଥିତି ଭୂପୃଷ୍ଠରେ ଜଳ ରହିବା ସମ୍ଭବ ହୋଇ ପାରିଛି। ଲୁହା ସମୁଦ୍ର ଜଳରେ ମଧ୍ୟ ଦ୍ରବୀଭୂତ ହୋଇଥାଏ। ଅର୍ଥାତ୍‌ ସାଧାରଣ ଜୀବନର ଧାରାର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ଲୁହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ।

Share