ଅନ୍ତରଙ୍ଗ ସିନ୍‌ରୁ ମିଳିଥିଲା ପରିଚିତି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଶୁକ୍ରବାର ୩୭ ବର୍ଷ ପୂରଣ ହୋଇଛି। ୧୯୮୪ ମାର୍ଚ୍ଚ ୧୯ରେ ସେ ଜାମ୍‌ସେଦ୍‌ପୁର ଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ୨୦ ବର୍ଷ ବୟସରେ ସେ ଫେମିନା ମିସ୍‌ ଇଣ୍ଡିଆ ୟୁନିଭର୍ସ ଟାଇଟଲ ହାସଲ କରିଥିଲେ। ୨୦୦୫ରେ ଅଭିନେତା ଇମରାନ ହାସମୀଙ୍କ ସହିତ ଫିଲ୍ମ ‘ଆସିକି ବନାୟା ଆପନେ’ରେ ଲିପଲକ୍‌ ସହିତ ଅନ୍ତରଙ୍ଗ ସିନ ଦେଇ ତନୁଶ୍ରୀ ରାତାରାତି ବଲିଉଡ୍‌ରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ। ଏହାପରେ ତନୁଶ୍ରୀଙ୍କ ପଛରେ ଫିଲ୍ମ ନିର୍ମାତାଙ୍କ ଲାଇନ ଲାଗିଯାଇଥିଲା। ୨୦୧୮ସେପ୍ଟେମ୍ବର ୨୬ରେ ଜୁମ୍‌ ଟିଭିର ଏକ ସାକ୍ଷାତ୍‌କାରରେ ସେ ନାନା ପାଟେକରଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ନେଇ ପୁଣି ଥରେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୦୯ରେ ହର୍ନ ଡକେ ପ୍ଲିଜ୍‌ ଶୁଟିଂ ସେଟ୍‌ରେ ଏଭଳି ହୋଇଥିବା ସେ ପ୍ରକାଶ କରିଥିଲେ। ୧୮ ମାସରେ ନିଜର ଓଜନ ୧୮ କିଲୋଗ୍ରାମ୍‌ କମାଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ତାଙ୍କ ଓଜନ ୮୦ କିଲୋଗ୍ରାମ୍‌ ଥିବାବେେଳେ ଏବେ ଏହା ୬୨ କିଲୋଗ୍ରାମ୍‌କୁ ଖସି ଆସିଛି।

Share