Categories: ବାଣିଜ୍ୟ

ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨।୧୨: ଆପଲ୍‌ର ଅଧିକୃତ ରିସେଲର ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ପଟିଆସ୍ଥିତ ୟୁଡି ସିଟି ମଲ୍‌ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆଇଡେଷ୍ଟିନିର ନିର୍ଦ୍ଦେଶକ ବିଜୟ ଦୁଗର କହିଛନ୍ତି, ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ସହିତ ବିକ୍ରି ପରିବର୍ତ୍ତୀ ସେବା ଓ ସୁଲଭତା ସହ ପୁରୁଣା ମଡେଲ ବଦଳାଇବାର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏପରିକି ସେବା ଯୋଗାଣରେ ଅତୁଳନୀୟ ଅଭିଜ୍ଞତା ଲାଗି ଗ୍ରାହକଙ୍କ ଭଲ ପାଇବା ସହ ଗ୍ରହଣୀୟତା ବଢ଼ିଛି ବୋଲ ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଆଇଡେଷ୍ଟିନିର ବିଜ୍‌ନେସ୍‌ ହେଡ୍‌ ଶୌନକ ରୟ କହିଛନ୍ତି, ଏଠାରେ ଆପଲ୍‌ର ବିସ୍ତୃତ ବର୍ଗ ଏବଂ ତୃତୀୟ ପକ୍ଷ ଆସେସୋରିଜ ଉପଲବ୍ଧ ହେବ। ଏପରିକି ଅଧିକାଂଶ ଆସେସୋରିଜ ଉକ୍ତ ଆଉଟ୍‌ଲେଟ୍‌ରେ ମିଳିପାରିବ। ବିଶେଷକରି ମ୍ୟାକ୍‌ ବୁକ୍‌ ସ୍ଲିବ୍‌ କିମ୍ବା ଆଇପ୍ୟାଡ୍‌, ସଦ୍ୟତମ ମ୍ୟାକ ଆସେସରିଜ ଏବଂ ମ୍ୟାକ୍‌, ଆଇ ପ୍ୟାଡ୍‌ ଓ ଆଇଫୋନର ବ୍ୟାପକ ରେଞ୍ଜ ଆସେସୋରିଜ ଆଦିକୁ ଗ୍ରାହକମାନେ ସୁଲଭ ମୂଲ୍ୟରେ ପାଇପାରିବେ। ଏପରିକି ଆପଲ୍‌ର ଡେସ୍କଟପ୍‌, ଲାପ୍‌ଟପ୍‌, ମୋବାଇଲ ଏବଂ ଆଇ ପ୍ୟାଡ୍‌ ଭଳି ଉତ୍ପାଦ ଆଉଟ୍‌ଲେଟ୍‌ରେ ପ୍ରଦର୍ଶନ କରାଯାଇଥିବା ରୟ ମତବ୍ୟକ୍ତ କରିଛନ୍ତି। ସେହିପରି ଆଇଡେଷ୍ଟିନିର ମାର୍କେଟିଂ ମୁଖ୍ୟ ଶଶୀ ଶର୍ମା କହିଛନ୍ତି, ଏଠାରେ ଥିବା ପ୍ରଶିକ୍ଷିତ କର୍ମଚାରୀ ଆପଲ୍‌ର ସଦ୍ୟତମ ଉତ୍ପାଦ ଏବଂ ଆସେସରିଜ ସମ୍ପର୍କରେ ଗ୍ରାହକଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିବେ। ଏପରିକି ସର୍ବୋତ୍ତମ ଗ୍ରାହକ ସେବା ଯୋଗାଣ ଉପରେ ଉକ୍ତ ଷ୍ଟୋର କାମ କରିବ ବୋଲି ଶର୍ମା ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଆଇଡେଷ୍ଟିନିର ଅପରେଶନ ମ୍ୟାନେଜର ସୋମନାଥ ଦତ୍ତ କହିଛନ୍ତି, ଏଠାରେ ଗ୍ରାହକଙ୍କୁ ସହଜ ଇଏମଆଇ ଏବଂ ବାଏ ବ୍ୟାକ୍‌ ସୁବିଧା ମିଳିବ। ଏପରିକି ଗ୍ରାହକ ୩ ମାସରୁ ୨ବର୍ଷ ପର୍ଯ୍ୟନ୍ତ କିସ୍ତି ଚୟନ କରିପାରିବେ। ଛାତ୍ରୀଛାତ୍ର ଏବଂ ବାଣିଜି୍ୟକ ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ଅଫର ରହିଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ ୍‌ ଏବଂ ଜନପଥ (ଶହୀଦନଗର)ରେ କମ୍ପାନୀ ଆଉଟ୍‌ଲେଟ୍‌ ରହିଛି।

Share