ନୂଆଦିଲ୍ଲୀ,୧୪।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ଏବଂ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଜଣାପଡିଛି। ଏପରିକି ଉଭୟ କମ୍ପାନୀ ମଧ୍ୟରେ ଏକ ସହଭାଗିତା ହୋଇଛି। ଏହି ସହଭାଗିତାର ଏକ ଅଂଶ ଭାବେ ବ୍ୟାଙ୍କ ମାରୁତି ସୁଜୁକି ଗାଡି କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ନୂତନ କାର୍ ଲୋନ, ପ୍ରି-ମାଲିକାନା କାର୍ ଲୋନ ଏବଂ ବାଣିଜି୍ୟକ ଯାନ ଲୋନ୍ ମଧ୍ୟରେ ବ୍ୟକ୍ତିଗତ ଆର୍ଥତ୍କ ବିକଳ୍ପ ପ୍ରଦାନ କରିବ। ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍ ସହିତ ସର୍ବଶେଷ ସହଭାଗିତା ସହ ମାରୁତି ସୁଜୁକି ସମଗ୍ର ଦେଶରେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଆର୍ଥତ୍କ ବିକଳ୍ପ ପ୍ରଦାନ ଜାରି ରଖିଛି।
ଏ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍, ମାର୍କେଟିଂ ଆଣ୍ଡ ସେଲ୍ସ, ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଆମର ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ ଲାଭଜନକ ଆର୍ଥତ୍କ ସମାଧାନ ପ୍ରଦାନ କରିବାକୁ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ସହିତ ଆମର ସହଭାଗିତା ଘୋଷଣା କରି ଆମେ ଆନନ୍ଦିତ। ସେହିଭଳି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କର ସିଓଓ ମାଧିଭାନନ ବାଲାକ୍ରିଷ୍ଣନ କହିଛନ୍ତି,କଷ୍ଟୋମାଇଜ୍ ଏବଂ ଅଭିନବ ଲୋନ୍ ଅଫର ମାଧ୍ୟମରେ ଗ୍ରାହକଙ୍କ ଗାଡି କ୍ରୟ ଏବଂ ଆର୍ଥତ୍କ ଅଭିଜ୍ଞତାକୁ ସୁବିଧା କରିବା ପାଇଁ ମାରୁତି ସୁଜୁକି ସହିତ ସହଭାଗୀ ହୋଇ ଆମେ ବେଶ୍ ଆନନ୍ଦିତ।