ଡିସେମ୍ବରରେ ବିବାହ କରିଥାନ୍ତେ ଶେହନାଜ-ସିଦ୍ଧାର୍ଥ; ହୋଇ ସାରିଥିଲା ନିର୍ବନ୍ଧ!

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁକୁ ନା ତାଙ୍କ ପରିବାର ନା ପ୍ରଶଂସକ କେହିବି ଗ୍ରହଣ କରି ପାରୁନାହାନ୍ତି। ଅନ୍ୟପଟେ ସିଦ୍ଧାର୍ଥ ଶେହନାଜ ଙ୍କ ସହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏବଂ ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ସୂଚନା ମିଳିଛି। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଉଭୟ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଥିଲେ। ଏ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା। ତାଙ୍କ ବିବାହରେ ୩ ଦିନର କାର୍ଯ୍ୟକ୍ରମ ହେବାକୁ ଯାଉଥିଲା । ସିଦ୍ଧାର୍ଥ ଶେହେନାଜଙ୍କ ବ୍ୟତୀତ ତାଙ୍କ ପରିବାର ଏବଂ ସାଙ୍ଗମାନେ ଏହି ସବୁ କଥାକୁ ଗୁପ୍ତ ରଖିଥିଲେ।
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏହା କେବଳ ସ୍ବପ୍ନ ହୋଇ ରହିଯାଇଛି। ତେବେ ଏହି ବିବାହ ଖବରରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। ଶୁକ୍ରବାର ଶେହନାଜ ଓ ସିଦ୍ଧାର୍ଥଙ୍କ ପରିବାରଲୋକଙ୍କ ସହ ବନ୍ଧୁ ପରିଜନ ତାଙ୍କୁ ଶେଷ ବିଦାୟ ଦେଇଥିଲେ।

Share