ଆଡପ ବିଜେବେଳେ ପଡିଗଲେ ବଡ଼ ଠାକୁର, ତଦନ୍ତରୁ ଜଣାପଡିଲା ସାଂଘାତିକ କାରଣ

ଭୁବନେଶ୍ୱର,୧୫।୮: ଆଡପ ବିଜେବେଳେ ଚାରମାଳ ଉପରେ ମୁହଁମାଡି ପଡିଯାଇଥିଲେ ବଡଠାକୁର। ଯାହାକୁ ନେଇ କେବଳ ସାରା ରାଜ୍ୟରେ ନୁହେଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ଏହି ଅଘଟଣ ପଛର କାରଣ ଜଣାପଡିଛି।

ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ଏହି ଘଟଣାରେ କମିଟି ତଦନ୍ତ ରିପୋର୍ଟ ଆସିଛି । ୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛି । ଆସନ୍ତା ପରିଚାଳନା କମିଟି ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ଓ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

ସୂଚନାଥାଉ କି, ଗତ ଜୁଲାଇ ୯ ତାରିଖରେ ଆଡପ ପହଣ୍ଡି ବେଳେ ଏପରି ବଡ଼ ଅଘଟଣ ଘଟିଥିଲା । ଏହାର କାରଣ ଖୋଜିବା ପାଇଁ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ତଦନ୍ତ ବେଳେ ବଡଠାକୁର ବାଡଗ୍ରାହୀଙ୍କ ପ୍ରତିନିଧି ଭାବେ ପୁଅ ଅନାଥ ମହାପାତ୍ରଙ୍କ ସମେତ ଜେଟିପି, ନିଯୋଗ କାର୍ଯ୍ୟକର୍ତାଙ୍କୁ ଜେରା କରାଯାଇଥିଲା । ଶ୍ରୀମନ୍ଦିର କମାଣ୍ଡର ଓ ଅନ୍ୟମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଥିଲେ । ପଚରାଉଚରା ବେଳେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ ରଥରେ ଠାକୁର ଅଟକି ରହିଥିବାରୁ ଅଘଟଣ ଘଟିଥିବା କହିଥିଲେ ।

Share