Categories: ଜାତୀୟ

ଆଇଇଡ଼ି ବିସ୍ଫୋରଣ: ୨ ଯବାନ ଶହୀଦ୍‌, ୩ ଗୁରୁତର

ରାଞ୍ଚି,୪।୩: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ମାଓବାଦୀଙ୍କ ଦ୍ୱାରା ପ୍ଲାଣ୍ଟ୍‌ କରାଯାଇଥିବା ଆଇଇଡ଼ି ବିସ୍ଫୋରଣରେ ୨ ଜଣ ଜାଗୁଆର ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ହୋୟାତୁ ଗାଁରେ ପୂର୍ବାହ୍ନ ୮ଟା ୪୫ରେ ଏଭଳି ଘଟିଛି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ରାଜ୍ୟ ପୋଲିସ ବାହିନୀର ୨ ଜଣ ଯବାନ ଥିବାବେଳେ ସିଆର୍‌ପିଏଫ୍‌ ୧୯୭ ବାଟାଲିୟନର ଜଣେ ଯବାନ ଅଛନ୍ତି।

Share