କୋମ୍ବିଂ ଅପରେଶନ ବେଳେ ଆଇଇଡ଼ି ବ୍ଲାଷ୍ଟ: କୋବ୍ରା ଏଏସ୍‌ଆଇ ଆହତ

ରାଉରକେଲା,୮।୮(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଦ୍ୱାରା କୋମ୍ବିଂ ଅପରେଶନ ଚାଲିଥିବା ବେଳେ ଆଇଇଡ଼ି ବ୍ଲାଷ୍ଟରେ ଜଣେ କୋବ୍ରା ଏଏସ୍‌ଆଇ ଆହତ ହୋଇଛନ୍ତି। ସେ ହେଲେ କୋବ୍ରା ୨୦୯ ବାଟାଲିୟନର ଜିତେନ୍ଦ୍ର ଦାନୀ।

ତାଙ୍କୁ ତୁରନ୍ତ ଉଦ୍ଧାର କରି ହେଲିକପ୍ଟର ଯୋଗେ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଥିବା ସିଆର୍‌ପିଏଫ୍‌ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ମାଓବାଦୀଙ୍କ ଶୀର୍ଷନେତା ମିଶର ବେଶ୍ରା, ଅନଲ, ଅନମୋଲ, ଅଶ୍ୱିନୀ, ପିଣ୍ଟୁ ଲୋହରା, ଚନ୍ଦନ ଲୋହରା, ଅମିତ ହାଁସଦା ପ୍ରମୁଖ ସରଣ୍ଡା ଜଙ୍ଗଲର କୋଲହାନ୍‌ କ୍ଷେତ୍ରରେ ସକ୍ରିୟ ଥିଲେ। ବୁଧବାର ଏହି ସୂଚନା ମିଳିବା ପରେ ସୁରକ୍ଷାବଳ ପକ୍ଷରୁ ଛୋଟନାଗରା ଏବଂ ଜରେଇକେଲା ଥାନା ସୀମାବର୍ତ୍ତୀ ଜଙ୍ଗଲରେ କୋମ୍ବିଂ ଅପରେଶନ କରାଯାଇଥିଲା। ପରଦିନ ସକାଳେ ମାଓବାଦୀ ଖଞ୍ଜିଥିବା ଆଇଇଡ଼ି ବ୍ଲାଷ୍ଟ ହୋଇଥିଲା।

Share