Categories: ଜାତୀୟ

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ

ବଳରାମପୁର,୨୩।୪: ଝାଡଖଣ୍ଡ-ଛତିଶଗଡ଼ ସୀମାରେ ଥିବା ବନ୍ଦରଚୁଆ ନିକଟରେ ମଙ୍ଗଳବାର ସକାଳେ ଏକ ଆଇଇଡି ବିସ୍ଫୋରଣ ହୋଇଛି। ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଥିବାରୁ ସମସ୍ତେ ଏକ ପ୍ରକାର ଭୟଭୀତ ହୋଇ ଯାଇଛନ୍ତି।

Share